ETV Bharat / bharat

କୁକୁଡା ଅଣ୍ଡା ଭିତରେ ସାପ ଛୁଆ !

ପଶ୍ଚିମବଙ୍ଗରେ ଅମଲେଟ ପାଇଁ ଆଣିଥିବା ଅଣ୍ଡା ଭିତରୁ ସାପ ବାହାରିବା ଘଟଣା ସମଗ୍ର ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।

author img

By

Published : Aug 11, 2019, 4:24 PM IST

ଫଟୋ ସୌଜନ୍ୟ:ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

କୋଲକତା: ପଶ୍ଚିମବଙ୍ଗର ଗୋପଳପୁର ନଗରରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଅମଲେଟ ପ୍ରସ୍ତୁତ କରିବା ପାଇଁ ଅଣ୍ଡା ଫଟାଇବାବେଳେ ସେଥିରେ ଏମିତି କିଛି ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ସୂଚନାମୁତାବକ, ରେବେତା ବିବି ନାମକ ଜଣେ ମହିଳା ଦୋକାନରୁ କିଛି ଅଣ୍ଡା କିଣି ଆଣିଥିଲେ । ଯାହକୁ ନେଇ ସେ ଅମଲେଟ ପ୍ରସ୍ତୁତ କରିବା ପାଇଁ ଅଣ୍ଡା ଫଟେଇବାବେଳେ ସେଥିରୁ ଏକ ସାପ ଛୁଆ ବାହାରିଥିଲା । ତେବେ ଏହାକୁ କିଛି ଲୋକ ଦେଖି ସାପର ଅଣ୍ଡା ହୋଇଥବା କହିଥିଲେ ।

ଏହି ଖବର ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଦେଇଥିଲା । ଏହାପରେ ରାଜ୍ୟ ସଚିବ ପ୍ରଦୀପ ସରକାର ଘଟଣାର ଯାଞ୍ଚ କରିବାପରେ ଏହା ସାପ ନୁହେଁ କୁକୁଡାର ଭ୍ରୁଣ ହୋଇଥିବା କହିଥିଲେ । ଏହାପରେ ପରିସ୍ଥିତି ଶାନ୍ତ ପଡିଥିଲା । କିନ୍ତୁ କୁକୁଡା ଅଣ୍ଡା ଭିତରୁ ସାପଛୁଆ କେମିତି ବାହାରିଲା ଏହା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.