ETV Bharat / bharat

ଦେଶରେ 85 ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଡରାଉଛି କୋରୋନା । ଦେଶରେ 85 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକାଂଶ ରାଜ୍ୟରେ ଶିକ୍ଷାନୁଷ୍ଠନ ବନ୍ଦ ପାଇଁ ନିର୍ଦ୍ଦେଶ । ସପିଂ ମଲ ସହ ସିନେମା ହଲରେ ବି ପଡିବ ତାଲା । ଅଧିକ ପଢନ୍ତୁ...

ଦେଶରେ 77 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ଅଧିକାଂଶ ରାଜ୍ୟରେ ଶିକ୍ଷାନୁଷ୍ଠନ ବନ୍ଦ ପାଇଁ ନିର୍ଦ୍ଦେଶ

author img

By

Published : Mar 13, 2020, 5:31 PM IST

Updated : Mar 13, 2020, 7:16 PM IST

ହାଇଦ୍ରାବାଦ: ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ବର୍ତ୍ତମାନ ଏହି ଭାଇରସ କବଳରେ ସାରା ବିଶ୍ବ ରହିଛି । ଭାରତର ବି ଚିନ୍ତା ବଢାଇଛି କୋରୋନା । ତେବେ ଦେଶରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର କେରଳରୁ 4 ଓ ମହାରାଷ୍ଟ୍ରର ନାଗପୁରରୁ 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁନେରୁ ମଧ୍ୟ ଜଣଙ୍କ ରକ୍ତ ନମୁନାରେ ଏହି ଭାଇରସ ପଜିଟିଭ ଥିବା ଜଣାପଡିଛି । ଏହାସହ ବର୍ତ୍ତମାନ ସୁଦ୍ଧା ଦେଶରେ 85 ଜଣ କୋରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇସାରିଲେଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମ୍ବାଦିକ ସମ୍ମିଳନୀରେ ସୂୂଚନା ଦିଆଯାଇଛି ।

ସେପଟେ କର୍ଣ୍ଣାଟକର କଲବୁର୍ଗିରେ ଗୁରୁବାର ଜଣେ ବୃଦ୍ଧଙ୍କ କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟ ହେବାକୁ ନେଇ ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଭୟ ବଢିଯାଇଛି । ଭାଇରସ ପ୍ରକୋପକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ କରିଦେଇଛନ୍ତି । ଏହାସହ ସମସ୍ତ ମଲ, ସିନେମା ଘର, ସ୍ବିମିଙ୍ଗ୍‌ ପୁଲକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

ସେହିପରି ଦେଶର ଅଧିକାଂଶ ରାଜ୍ୟରେ 31 ମାର୍ଚ୍ଚ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟଗୁଡିକର ସରକାର ନିଷ୍ପତ୍ତି ନେଇଛନ୍ତି । ଅନ୍ୟପକ୍ଷେ ଭାରତୀୟ ସେନାର ମାନସର କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ବ୍ୟକ୍ତି କୋରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ସେ ଗତ 14 ବର୍ଷ ଧରି ଇଟାଲୀର ଏକ ରେଷ୍ଟୁରାଣ୍ଟରେ ଚାକିରି କରିଥିଲେ । ମାର୍ଚ୍ଚ 11ରେ ସେ ଇଟାଲୀରୁ ଫେରି ଆସିଥିଲେ । ତେବେ ଏହାପରେ ସେନା ପକ୍ଷରୁ ସମସ୍ତ ନିଯୁକ୍ତି ରାଲିକୁ ଏକ ମାସ ପାଇଁ ସ୍ଥଗିତ ରଖାଯାଇଛି।

ତେବେ ବର୍ତ୍ତମାନ ସୁଦ୍ଧା କେରଳରେ 22 ଜଣ ଏହି ଭାରଇସ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ।

@ANI

Last Updated : Mar 13, 2020, 7:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.