ETV Bharat / bharat

ଦେଶରେ ଅଧିକାଂଶ କୋରୋନା ମାମଲା ସହ ନିଜାମୁଦ୍ଦିନ ସମାବେଶର ଲିଙ୍କ୍‌ - ନିଜାମୁଦ୍ଦିନ ସମାବେଶ

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବଢିଯାଇଛି । ଅଧିକାଂଶ କୋରୋନା ମାମଲା ସହ ନିଜାମୁଦ୍ଦିନ ସମାବେଶର ଲିଙ୍କ୍‌ ରହିଛି । ନିଜାମୁଦ୍ଦିନର ଧାର୍ମିକ ସମାବେଶରେ ଯୋଗଦେଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏଠାରେ ଯୋଗ ଦେଇଥିବା ବିଦେଶୀ ନାଗରିକ ଭାରତୀୟ ଭିସା ଆଇନ ଉଲ୍ଲଂଘନ କରିଥିବା ସ୍ପଷ୍ଟ କରିଛି ଗୃହମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଦେଶରେ ଅଧିକାଂଶ କୋରୋନା ମାମଲା ସହ ନିଜାମୁଦ୍ଦିନ ସମାବେଶର ରହିଛି ଲିଙ୍କ୍‌

author img

By

Published : Mar 31, 2020, 2:36 PM IST

ନୂଆଦିଲ୍ଲୀ: ଦେଶରେ ଥମୁନାହିଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ସଙ୍କଟ ମଧ୍ୟରେ ଦିଲ୍ଲୀର ନିଜାମୁଦ୍ଦିନରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି, ଯାହାକି ବର୍ତ୍ତମାନ ସ୍ଥିତିରେ ଦେଶ ପାଇଁ ସତର୍କ ଘଣ୍ଟି କୁହାଯାଇପାରେ । ଗତ 24 ଘଣ୍ଟା ମଧ୍ୟରେ ଦେଶର ରାଜଧାନୀ ସମେତ ଅନେକ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ବଢିଯାଇଛି । ଆନ୍ଧ୍ରପ୍ରଦେଶରେ 17 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିଲ୍ଲୀର ତବଲିଗି ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବୋଲି ସ୍ପଷ୍ଟ ହୋଇଛି । ମୋଟ 711 ଜଣ ଆନ୍ଧ୍ରପ୍ରଦେଶରୁ ଦିଲ୍ଲୀ ଯାଇଥିଲେ । ତେବେ ଦେଶରେ ଅଧିକାଂଶ କୋରୋନା ମାମଲା ସହ ନିଜାମୁଦ୍ଦିନରେ ଆୟୋଜିତ ଧାର୍ମିକ ସମାବେଶର ଲିଙ୍କ୍‌ ରହିଥିବା ଜଣାପଡିଛି ।

ସେହିପରି ନିଜାମୁଦ୍ଦିନ ସ୍ଥିତ ତବଲିଗି ଜମାତରେ ସାମିଲ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଦିଲ୍ଲୀରେ 24 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ସୋମବାର ସ୍ପଷ୍ଟ କରିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ । 1000 ଜଣଙ୍କୁ ନିଜାମୁଦ୍ଦିନରୁ ସ୍ଥାନାନ୍ତର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 344 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ 700 ଜଣଙ୍କୁ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି । ଜମାତ ସେଣ୍ଟରରେ ଡାକ୍ତରୀ ଟିମକୁ ନିୟୋଜିତ କରାଯାଇଛି । ଏହାବ୍ୟତିତ ଏହାର ଆଖପାଖ ଅଞ୍ଚଳକୁ ସାନିଟାଇଜ କରାଯାଉଛି ।

ସେପଟେ ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ତେଲେଙ୍ଗାନାର 6 ଜଣଙ୍କର ମୃତ୍ୟୁ ହୋଇଯାଇଛି । ସମସ୍ତଙ୍କ ମୃତ୍ୟୁ କୋରୋନା ଭାଇରସ କାରଣରୁ ହୋଇଥିବା ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୃତକମାନେ ଚଳିତମାସ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିଥିଲେ । ତେଲେଙ୍ଗାନାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକର ତତ୍ପରତା ପ୍ରକାଶ କରିଛନ୍ତି । ଏହାସହ ଦିଲ୍ଲୀରୁ ଆସିଥିବା ସମସ୍ତ ଲୋକଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ସମ୍ପର୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶର 8ଟି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ଏସପି ଅଜୟ ଶଙ୍କର ରାୟ କହିଛନ୍ତି ଯେ ଏହି ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଦିଲ୍ଲୀରେ ଏହି ସଭାରେ ଯୋଗ ଦେଇଥିବା ଲୋକଙ୍କୁ ଚିହ୍ନଟ କତରିବା ସହ ଏବଂ ସେମାନଙ୍କର ଡାକ୍ତରୀ ସ୍କ୍ରିନିଂ କରିବାକୁ କୁହାଯାଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ଗାଜିଆବାଦ, ମେରୁଟ, ସାହାରନପୁର, ମୁଜାଫରନଗର, ଶାମଲି, ହାପୁର, ବିଜନୋର, ବାଗପାଟ, ବାରାଣାସୀ, ଭଦୋହି, ମଥୁରା, ଆଗ୍ରା, ସୀତାପୁର, ବାରବାଙ୍କି, ପ୍ରୟାଗରାଜ, ବହରାଇଚ, ଗୋଣ୍ଡା ଏବଂ ବଳରାମପୁରରେ ଜାରି ରହିଛି । ତବଲିଗୀ ଜାମାତରେ ଯୋଗ ଦେଇଥିବା ଲୋକଙ୍କ ତାଲିକା ରାଜ୍ୟ ସରକାରଙ୍କୁ ଦିଆଯାଇଛି । ଏହି ସଭାରେ ଯୋଗ ଦେଇଥିବା ପ୍ରାୟ 250 ସଦସ୍ୟଙ୍କ ମଧ୍ୟରେ କୋରୋନା ଭାଇରସରର ପ୍ରାଥମିକ ଲକ୍ଷଣ ଦେଖାଦେଇଛି ।

ଅନ୍ୟପକ୍ଷେ ନିଜାମୁଦ୍ଦିନର ଧାର୍ମିକ ସମାବେଶରେ ଯୋଗଦେଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏଠାରେ ଯୋଗ ଦେଇଥିବା ବିଦେଶୀ ନାଗରିକ ଭାରତୀୟ ଭିସା ଆଇନ ଉଲ୍ଲଂଘନ କରିଥିବା ସ୍ପଷ୍ଟ କରିଛି ଗୃହମନ୍ତ୍ରଣାଳୟ । ନିଜାମୁଦ୍ଦିନରେ ତବଲିଗି ଜମାତର କେନ୍ଦ୍ର ହୋଇଥିବାରୁ ଏଠାକୁ କେବଳ ଦେଶରୁ ନୁହେଁ ବରଂ ସାରା ବିଶ୍ବରୁ ଶ୍ରଦ୍ଧାଳୁ ଆସିଥାନ୍ତି । ଏହାପରେ ଏମାନେ ଦେଶର ବିଭିନ୍ନ ସହରକୁ ଯାଇ ନିଜ ଧର୍ମର ପ୍ରଚାର ପ୍ରସାର କରିଥାନ୍ତି । ମାର୍ଚ୍ଚ 1ରୁ 15 ଯାଏଁ ଦିଲ୍ଲୀର ନିଜାମୁଦ୍ଦିନ ପଶ୍ଚିମ ଅଞ୍ଚଳରେ ଇଣ୍ଡୋନେସିଆ ଏବଂ ମାଲେସିଆ ସମେତ ବିଭିନ୍ନ ଦେଶରୁ 2,000ରୁ ଅଧିକ ପ୍ରତିନିଧୀ ମୁସଲିମ ଧାର୍ମିକ ସଂଗଠନ ତବଲିଗି ଜମାତରରେ ଯୋଗ ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.