ନୂଆଦିଲ୍ଲୀ: ଖରା ଦିନ ଆରମ୍ଭ ହୋଇଗଲେ ହିଁ ବଜାରକୁ ଆସିଯାଏ ସୁସ୍ବାଦୁ ଆମ୍ବ । ଆଉ ସବୁ ଫଳ ଠାରୁ ବଜାରରେ ଆମ୍ବର ଚାହିଦା ଢେର ଅଧିକ । ହେଲେ ଆମ ଦେଶରେ ଏଭଳି ଏକ ଆମ୍ବ ରହିଛି ଯାହାର ଚାହିଦା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ରହିଛି । ଆଉ ଗୁରୁତ୍ବ ପୂର୍ଣ୍ଣ କଥା ହେଉଛି ଏହି ଆମ୍ବ କେବଳ ଖାଇବା ପାଇଁ ଉପଯୋଗୀ ନୁହେଁ ବରଂ ଏଥିରେ ଆପଣ ଟଙ୍କା ମଧ୍ୟ ଲଗେଇ ଲାଭ ପାଇ ପାରିବେ ।
ଏହି ଆମ୍ବର ନାଁ ହେଉଛି ଅଲଫୋନ୍ସ (ହାପୁସ) । ଯାହାର ଚାହିଦା ବଜାରରେ ଢେର ଅଧିକ । ଏହା କେବଳ ଆମ୍ବ ନୁହେଁ ଏହା ଏକ ବ୍ରାଣ୍ଡ ଅଟେ । ଆଉ ଏହି ବ୍ରାଣ୍ଡରେ ବହୁ ଲୋକ ଟଙ୍କା ନିବେଶ କରି 10 ପ୍ରତିଶତ ଲାଭ ପାଆନ୍ତି । ତେବେ 200ଶହରୁ ଊର୍ଦ୍ଧ୍ବ ଲୋକ ଏହି ବ୍ରାଣ୍ଡରେ ଟଙ୍କା ନିବେଶ କରିଛନ୍ତି । ଏହି ଆମ୍ବ ଖାସ କରି ମହାରାଷ୍ଟ୍ରର ଦେବଗଡ ଜିଲ୍ଲାରେ ବହୁଳ ଦେଖିବାକୁ ମିଳେ ।