ETV Bharat / bharat

ସଂକୁଚିତ ହେଉଛି ଚନ୍ଦ୍ର: ସର୍ଭେ - shrinking

ଧୀରେ ଧୀରେ ସଂକୁଚିତ ହେଉଛି ପୃଥିବୀର ଏକମାତ୍ର ଉପଗ୍ରହ ଚନ୍ଦ୍ର । ପାଖାପାଖି 12 ହଜାର ଫଟୋର ଅଧ୍ୟୟନ କରବା ପରେ ନାସା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଫାଇଲ ଫଟୋ
author img

By

Published : May 14, 2019, 9:48 PM IST

ୱାସିଂଟନ: ଧୀରେ ଧୀରେ ସଂକୁଚିତ ହେଉଛି ପୃଥିବୀର ଏକମାତ୍ର ଉପଗ୍ରହ ଚନ୍ଦ୍ର । ଫଳରେ ଏଥି ଯୋଗୁଁ ଚନ୍ଦ୍ର ପୃଷ୍ଠରେ ଭୂକମ୍ପ ସୃଷ୍ଟି ହେଉଛି । ପାଖାପାଖି 12 ହଜାର ଫଟୋର ଅଧ୍ୟୟନ ପରେ ଏ ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି । ନାସା ନିଜର ଲୁନର ରିକନିସେନ୍ସ ଓର୍ବିଟର (ଏଲ୍‌ଆରଓ)ରୁ ନେଇଥିବା ଫଟୋର ଅଧ୍ୟୟନ ପରେ ସୋମବାର ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରିଛି ।

ଚନ୍ଦ୍ରର ଉତ୍ତର ମେରୁ (ନର୍ଥ ପୋଲ) ନିକଟରେ ଥିବା 'ବେସିନ ମାରେ ଫ୍ରିଗୋଗିସ' ରେ ଧିରେ ଧିରେ ଫାଟ ସୃଷ୍ଟି ହେଉଛି । ଏପରିକି ଚନ୍ଦ୍ରର ଉତ୍ତର ମେରୁ ମଧ୍ୟ ସ୍ଥାନ ବଦଳାଉଥିବା ଅଧ୍ୟୟନରୁ ଜଣାପଡିଛି । ପ୍ରକାଶ ଯେ, 'ବେସିନ ମାରେ ଫ୍ରିଗୋଗିସ' ହେଉଛି ଚନ୍ଦ୍ରର ଉତ୍ତର ମେରୁର ଅବବାହିକା । ପୃଥିବୀ ଭଳି ଚନ୍ଦ୍ରରେ ଟେକ୍ଟୋନିକ୍ ପ୍ଲେଟ ନାହିଁ । ତେବେ ଚନ୍ଦ୍ରରେ ତାପମାତ୍ରା ଧିରେ ଧିରେ ଶିତଳ ହେବା ଦ୍ବାରା ଏହାର ଟେକ୍ଟୋନିକ୍ ପ୍ଲେଟ ସୃଷ୍ଟି ହୋଇଥାଏ ଏବଂ ଏହି ପ୍ଲେଟର ଗତିବିଧି ଅନୁଧ୍ୟାନ କରିଛି ନାସା । ପ୍ରକାଶ ଯେ, ଚଦ୍ରର ବୟସ 4.5 ବିଲିଅନ ବର୍ଷ ପୁରୁଣା ।

ଚନ୍ଦ୍ରର ତାପମାତ୍ରା ହ୍ରାସ ପାଇବା କାରଣରୁ ଶତାଧିକ ମିଲିଅନ ବର୍ଷରେ ଚନ୍ଦ୍ର ପାଖାପାଖି 150 ଫୁଟ ପର୍ଯ୍ୟନ୍ତ ସଂକୁଚିତ ହୋଇଥିବା ବୈଜ୍ଞାନିକ ମାନେ ଅନୁଧ୍ୟାନ କରିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.