ETV Bharat / bharat

କନେଷ୍ଟବଳଙ୍କୁ 2 କିଲୋମିଟର ଘୋଷାଡି ନେଲା କାର, ଦେଖନ୍ତୁ ଭିଡିଓ - ଗୁରୁଗ୍ରାମ

କାର ବୋନେଟରେ ଜଣେ କନେଷ୍ଟବଳକୁ ବସେଇ 2 କିମି ଯାଏଁ ଘୋଷାଡି ନେଇଛି ଜଣେ କାର ଚାଳକ। ଏନେଇ ପୋଲିସ ତଦନ୍ତ ଜାରି ରହିଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 20, 2019, 10:26 AM IST

ଚଣ୍ଡିଗଡ: ହରିୟାଣାର ଗୁରୁଗ୍ରାମସ୍ଥିତ ସିଟି ସେକ୍ଟର-7ରେ ରବିବାର ରାତି ପ୍ରାୟ 11ଟା ସମୟରେ ଏକ ଏସେଣ୍ଟ କାର ଜଣେ କନେଷ୍ଟବଳକୁ ଧକ୍କା ଦେଇଥିଲା । କନେଷ୍ଟ ବଳ ଜଣଙ୍କ ନୀଜ ଜୀବନ ବଞ୍ଚାଇବା ପାଇଁ ବୋନଟ ଉପରେ ଚଢିଯାଇଥିଲେ। କାର ଚାଳକ ଜଣଙ୍କ କାର ଅଟକାଇ ନଥିଲେ ଓଲଟା ଅଢେଇ କିଲୋମିଟର ପର୍ଯ୍ୟନ୍ତ ସେମିତି ଘୋଷଡି ନେଇଥିଲେ । ଆଉ ଚାଳକ ଜଣକ ବ୍ରେକ ମାରିବା ପରେ କନେଷ୍ଟବଳ ଡେଇଁପଡିଥିଲେ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

କାରର କାଚ ଗୁଡିକ କଳା ଥିବାରୁ ତା ମଧ୍ୟରେ କେତେଜଣ ଅଛନ୍ତି ଜଣାପଡିନଥିବା ପୋଲିସ କନେଷ୍ଟବଳ ଜଣକ କହିଛନ୍ତି । ଅଭିଯୋଗ ଅନୁସାରେ ନ୍ୟୁକଲୋନୀ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ରାସ୍ତାରେ ଲାଗିଥିବା ସିସିଟିଭି ଆଧାରରେ ଯାଞ୍ଚ କରୁଛି ପୋଲିସ । କାରର ଚିହ୍ନଟ ହେବାପରେ ଅଭିଯୁକ୍ତକୁ ଗିରଫ କରାଯିବ। ଏହା ପୂର୍ବରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଛି । ସେକ୍ଟର-29ରେ ଡ୍ଯୁଟି କରୁଥିବା ପୋଲିସକୁ ମଧ୍ୟ ଏକ କାର ଧକ୍କା ଦେବାକୁ ଚେଷ୍ଟା କରିଥିଲା।

Intro:Body:

ମେଘନାଦ ପାଚେରୀ କଡରୁ ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ । ଉଚ୍ଛେଦ କାର୍ଯ୍ୟ ପାଇଁ ସୁରକ୍ଷା କଡାକଡି । ଆଇନ ଶୃଙ୍ଖଳା ଦୃଷ୍ଟିରୁ 24ପ୍ଲାଟୁନ ଫୋର୍ସ ମୁତୟନ । ପ୍ରଥମ ଦଫାରେ ହଟିଲା ଶ୍ରୀମନ୍ଦିର ଫାଣ୍ଡି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.