ETV Bharat / bharat

ଏକଲବ୍ୟ ଯୋଜନାର ଶୁଭାରମ୍ଭ କଲା ଶିକ୍ଷା ମନ୍ତ୍ରଣାଳୟ

author img

By

Published : Oct 26, 2020, 7:05 PM IST

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ (NIOS) ର ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ଏକଲବ୍ୟ ଯୋଜନା। ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ବିକାଶ ଶିକ୍ଷା ସହ ଓ ଭୋକେସନାଲ୍ ଶିକ୍ଷା ମଧ୍ୟ ପ୍ରଦାନ କରାଯିବ। ଅଧିକ ପଢ଼ନ୍ତୁ...

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକଲବ୍ୟ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନଲାଇନ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଆଉ ଏକ ନୂଆ ପ୍ରୟାସ। ଏଣିକି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ (NIOS) ର ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ଏକଲବ୍ୟ ଯୋଜନା। ଏହି ଯୋଜନା ଅନୁଯାୟୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲର ମାଧ୍ୟାମିକ ଓ ଉଚ୍ଚ ମାଧ୍ୟାମିକ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷା ଦିଆଯିବ।

1989 ମସିହାରେ ନ୍ୟାସନାଲ ଓପନ୍ ସ୍କୁଲ (NOS) ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ କରାଯାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ (NIOS) ରଖା ଯାଇଥିଲା। ଜାତୀୟ ଶିକ୍ଷାନୀତି ଅନୁଯାୟୀ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ 1986 ମସିହାରେ ଏହାର ପ୍ରସ୍ତାବ ଦିଆଯାଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କୁ ଶିକ୍ଷା ଦେବା।

ଏକଲବ୍ୟ ଯୋଜନା ମାଧ୍ୟମରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ (NIOS)ର ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ବିକାଶ ମୂଳକ ଶିକ୍ଷା ସହ ଓ ଭୋକେସନାଲ୍ ଶିକ୍ଷା ମଧ୍ୟ ପ୍ରଦାନ କରାଯିବ। ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଟ୍ବିଟ କରି ସୂଚନା ଦିଆଯାଇଛି।

ଏକଲବ୍ୟ ପାଠ୍ୟକ୍ରମ ମାଧ୍ୟମରେ ଯେକୌଣସି ଛାତ୍ରଛାତ୍ରୀ ଯେକୌଣସି ସ୍ଥାନରେ ଶିକ୍ଷା ଲାଭ କରିପାରିବେ। ଏହି ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ଛାତ୍ରମାନଙ୍କ ପାଇଁ ଲାଭଦାୟକ ହେବ। ଏହାଦ୍ବାରା ଛାତ୍ରଛାତ୍ରୀମାନେ ଲକ୍ଷ ଶିକ୍ଷା ଉତ୍ସ ପାଇପାରିବେ। ଏଭଳି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ବିକାଶରେ ସହାୟକ ହେବ। ଏହାସହ ସେମାନଙ୍କ ବୃତ୍ତିଗତରେ ଦକ୍ଷତା ମଧ୍ୟ ବୃଦ୍ଧି ପାଇବ।

ଏହି ପାଠ୍ୟକ୍ରମରେ ଯୋଗ ଦେବାକୁ ଛାତ୍ରଛାତ୍ରୀଙ୍କୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ (NIOS)ର ଅଫିସିଆଲ ସାଇଟକୁ ଯାଇ ପଞ୍ଜୀକୃତ କରିବାକୁ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.