ETV Bharat / bharat

କେରଳରେ ମାଗଣା କୋରୋନା ଟୀକାକରଣ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ - pinarai vijayan

କେରଳର ସମସ୍ତ ନାଗରିକଙ୍କୁ ମାଗଣା କୋରୋନା ଟୀକା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଘୋଷଣା । ଅଧିକ ପଢନ୍ତୁ .....

କେରଳ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା , ରାଜ୍ୟରେ ସମସ୍ତଙ୍କୁ ମୁକ୍ତ ଟିକା କରଣ

author img

By

Published : Dec 12, 2020, 9:36 PM IST

ଥିରୁଅନନ୍ତପୁରମ: କୋରୋନା ଟୀକାକୁ ନେଇ ସାରା ବିଶ୍ବରେ କଳ୍ପନା ଜଳ୍ପନା ଜାରି ରହିଥିବାବେଳେ ଏହାକୁ ନେଇ କେରଳ ସରକାର ବଡ ଘୋଷଣା କରିଛନ୍ତି । କେରଳର ସମସ୍ତ ନାଗରିକଙ୍କୁ ମାଗଣା ଟୀକା ଯୋଗାଇବା ପାଇଁ ସରକାର ଯୋଜନା କରୁଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ଗତ 24 ଘଣ୍ଟା ମଧ୍ୟରେ 59,690 ନମୁନା ପରୀକ୍ଷା ପାଇଁ ପଠାଯିବା ପରେ 5,949 ଜଣ କୋରୋନା ପଜିଟିଭ ଆସିଛନ୍ତି । ରାଜ୍ୟରେ ବର୍ତ୍ତମାନ 60,029 ସକ୍ରିୟ ମାମଲା ରହିଛି । ସେହିପରି ମୃତ୍ୟୁ ସଂଖ୍ୟା 2,594 କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ମୋଟ 437 ହଟସ୍ପଟ୍ ଚିହ୍ନଟ ହୋଇଛି । ତେବେ ଟୀକା ଉପଲବ୍ଧ ହେବା ପରେ ରାଜ୍ୟର ସମସ୍ତଙ୍କୁ ମାଗଣା ଟୀକା ପ୍ରଦାନ କରାଯିବା ଉପରେ ରାଜ୍ୟ ସରକାର ବିଚାର କରୁଥିବା ବିଜୟନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ଟୀକାକରଣ ପାଇଁ ସର୍ବଦଳୀୟ ବୈଠକ ଡାକିବା ପରେ ଟିକାକୁ ନେଇ ଜୋରଦାର ଆଲୋଚନା ଜାରି ରହିଛି । ତେବେ କେଉଁ ମାପ ଦଣ୍ଡରେ ଚିକା ବଣ୍ଟନ କରାଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଥମେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାମିସ୍ବାମୀ ରାଜ୍ୟବାସୀଙ୍କ ପାଇଁ ମାଗଣା ଟିକାକରଣ ଘୋଷଣା କରିଥିବା ବେଳେ ଏବେ କେରଳ ମୁଖ୍ୟମନ୍ତ୍ରୀ ମଧ୍ୟ ମାଗଣା ଟୀକା ପ୍ରଦାନ ପ୍ରତିଶୃତିକୁ ଦୋହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.