ETV Bharat / bharat

ଏହି ବ୍ୟକ୍ତିଙ୍କ ଟ୍ବିଟର ଫଲୋୟର୍ସ ଥିଲେ ମିଳିବ କୋଟି କୋଟି ଟଙ୍କା...

author img

By

Published : Jan 11, 2020, 10:56 AM IST

ଜାପାନର କୋଟିପତି ୟୁସାକୁ ମାଇଜାୱା। ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ଦେବା ପରେ ନିଜ ଟ୍ବିଟର ଫଲୋୟର୍ସଙ୍କ ମଧ୍ୟରେ ବାଣ୍ଟୁଛନ୍ତି 65 କୋଟି । ଅଧିକ ଖବର ପଢନ୍ତୁ...

Japanese millionaire
ଏହି ବ୍ୟକ୍ତିଙ୍କ ଟ୍ବିଟର ଫଲୋୟର୍ସ ଥିଲେ ମିଳିବ କୋଟି କୋଟି ଟଙ୍କା...

ନୂଆଦିଲ୍ଲୀ: ଜାପାନର କୋଟିପତି ୟୁସାକୁ ମାଇଜାୱା। ଏହି କୋଟିପତି ବ୍ୟକ୍ତି ଜଣକ ନିଜ ଟ୍ବିଟର ଫଲୋୟର୍ସଙ୍କ ମଧ୍ୟରେ 65 କୋଟି ଟଙ୍କା ବିତରଣ କରିଛନ୍ତି । ତେବେ ଏତେ ବଡ ରକମର ଟଙ୍କା ପଛରେ ଏକ ଛୋଟ କାରଣ ରହିଛି ।

ତାଙ୍କ କହିବା ଅନୁସାରେ, ସେ ନିଜର 1000 ଟ୍ବିଟର ଫଲୋୟର୍ସଙ୍କ ମଧ୍ୟରେ 65 କୋଟି ଟଙ୍କା ବାଣ୍ଟିଛନ୍ତି । ଯେଉଁଥିରେ ମାଇଜାୱା ଏକ ସାମାଜିକ ପରୀକ୍ଷଣ କରିବାକୁ ଚାହୁଁଥିଲେ। ତେବେ ପ୍ରୟୋଗର ମୁଖ୍ୟ ବିଷୟ ବସ୍ତୁ ଥିଲା ଟଙ୍କା କ'ଣ ମଣିଷକୁ ଖୁସି ରଖିପାରେ। ଏହି ଟଙ୍କାର ଭାଗିଦାରୀ ହେବା ପାଇଁ ସମସ୍ତଙ୍କୁ ୟୁସାକଙ୍କ ଟ୍ବିଟରେ ଜାନୁୟାରୀ 7 ପୂର୍ବରୁ ରିଟ୍ବିଟ କରିବାକୁ ପଡିବ।

ସୂଚନା ଥାଉକି, ଏହି ପୋଷ୍ଟରଟିରେ ଡିସେମ୍ବର 31 ସୁଦ୍ଧା ପାଖାପାଖି 4 ମିଲିୟନ ଲୋକ ରିଟ୍ବିଟ କରିଛନ୍ତି। ତେବେ 1000 ଲୋକଙ୍କୁ ଚୟନ କରାଯାଇ ଲଟେରୀ ମାଧ୍ୟମରେ ପୁରସ୍କାର ଦିଆଯିବ। କୃତୀ ପ୍ରତିଯୋଗୀଙ୍କୁ ମ୍ୟାସେଜ ମାଧ୍ୟମରେ ଚୟନ କରାଯିବ ।

ତେବେ ପୂର୍ବ ବର୍ଷ ମଧ୍ୟ ମାଇଜାୱା ସମାନ ପ୍ରକାରର ପରୀକ୍ଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ 6.5 କୋଟି ବିତରଣ କରିବା ସହ 50 ଲକ୍ଷ ରିଟ୍ବିଟ ପାଇଥିଲେ। ଏହି ପରୀକ୍ଷଣରେ ସେ ସାମାଜିକ ବୈଜ୍ଞାନିକଙ୍କ ସହାୟତା ନେଇଥିଲେ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.