ETV Bharat / bharat

କେହି ଦେଇପାରିବେନି ମହିଳାଙ୍କୁ ନିର୍ଯାତନା: ସୁପ୍ରିମକୋର୍ଟ - ନିର୍ଯ୍ୟାତନା

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ମହିଳାଙ୍କୁ କେହି ବି ଦେଇପାରିବେ ନାହିଁ ନିର୍ଯାତନା। ମହିଳା ତାଙ୍କ ବାପ ଘରେ ରହିବା ସମୟରେ ଯଦି ଶାଶୁଘର ତରଫରୁ ମାନସିକ ନିର୍ଯାତନା ଦିଆଯାଏ ତାହାକୁ ଅପରାଧ ବୋଲି ବିବେଚନା କରାଯିବ ।

ଫାଇଲ ଫଟୋ
author img

By

Published : Apr 10, 2019, 12:28 PM IST

Updated : Apr 10, 2019, 12:50 PM IST

ନୂଆଦିଲ୍ଲୀ: ସମାଜରେ ନାରୀଙ୍କ ପ୍ରତି ନିର୍ଯାତନା ବଢି ବଢି ଚାଲିଛି। ସେ ଘରେ ହେଉ ବା ବାହାରେ ସବୁଠି ନିର୍ଯାତନାର ଶିକାର ହେଉଛନ୍ତି ମହିଳା। ବିଶେଷ କରି ଶାଶୁଘରେ ମହିଳା ଅଧିକ ନିର୍ଯାତନାର ଶିକାର ହୋଇଥାନ୍ତି । ତେବେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନାକୁ ନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ କୋର୍ଟ କହିଛନ୍ତି, ଯଦି ବାପଘରେ ଥିବା ସମୟରେ ମହିଳାଙ୍କୁ ଶାଶୁଘର ତରଫରୁ ମାନସିକ ନିର୍ଯାତନା ଦିଆଯାଏ ତାହାକୁ ଏକ ଅପରାଧ ଭାବେ ବିବେଚନା କରାଯିବ।

ମହିଳା ଯଦି ଚୁପ୍‌ ଅଛନ୍ତି ଏହାକୁ ମଧ୍ୟ ମାନସିକ ନିର୍ଯାତନା ବୋଲି ବିବେଚନା କରାଯିବ। କାରଣ ମାନସିକ ଚିନ୍ତା ଯୋଗୁଁ ମହିଳାଙ୍କ ଶରୀରରେ ଅନେକ ପ୍ରଭାବ ପଡିଥାଏ। ଉତ୍ତରପ୍ରଦେଶର ରୂପାଲି ଦେବୀ ନାମକ ଜଣେ ମହିଳା ଆହ୍ଲାବାଦ ହାଇକୋର୍ଟରେ ଯୌତୁକ ନିର୍ଯାତନା ନେଇ ଏକ ମାମଲା ଦାୟର କରିଥିଲେ । ହାଇକୋର୍ଟ ମାମଲାକୁ ଖାରଜ କରି ଦେବା ପରେ ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ମାମଲାର ଶୁଣାଣି କରିବା ସହ କୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ସାଧାରଣତଃ ଶାଶୁଘରେ ନିର୍ଯାତନାର ଶିକାର ହେବା ପରେ ବାପଘରକୁ ପଳେଇ ଆସନ୍ତି ମହିଳା । ସେଠାରେ ମଧ୍ୟ ଶାଶୁଘର ତଥା ସମ୍ପର୍କୀୟଙ୍କ ପକ୍ଷରୁ ମାନସିକ ସ୍ତରରେ ମହିଳାଙ୍କୁ ନିର୍ଯାତନା ଦିଆଯାଇଥାଏ । ଯାହାର ପ୍ରଭାବ ମହିଳାଙ୍କ ଶରୀର ଉପରେ ପଡିଥାଏ ।

Intro:Body:

CVB

Conclusion:
Last Updated : Apr 10, 2019, 12:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.