ETV Bharat / bharat

ଉନ୍ନତ ଉତ୍ପାଦନ ଓ ଯୋଗାଣର ଭବିଷ୍ୟତ ଉପରେ କୋଭିଡ-19ର ପ୍ରଭାବ - ଉନ୍ନତ ଉତ୍ପାଦନ ଭବିଷ୍ୟତ ଉପରେ କୋଭିଡ-19ର ପ୍ରଭାବ

ବିଶ୍ବ ଅର୍ଥନୀତିକୁ ଦୋହଲାଇ ଦେଇଛି କୋରୋନା ମହମାରୀ । ଏହାସହ କୋରୋନା ମାଡରେ ଅନେକ ପ୍ରମୁଖ ଶିଳ୍ପ ହବ୍‌ର ଭାଙ୍ଗି ଯାଇଛି ମେରୁଦଣ୍ଡ । ଅଧିକ ପଢ଼ନ୍ତୁ...

The Impact of COVID-19, Future of Advanced Manufacturing and Production, ଉନ୍ନତ ଉତ୍ପାଦନ ଭବିଷ୍ୟତ ଉପରେ କୋଭିଡ-19ର ପ୍ରଭାବ, ଉତ୍ପାଦନ କ୍ଷେତ୍ର
ଉନ୍ନତ ଉତ୍ପାଦନ ଓ ଯୋଗାଣର ଭବିଷ୍ୟତ ଉପରେ କୋଭିଡ-19ର ପ୍ରଭାବ
author img

By

Published : Jun 5, 2020, 6:35 PM IST

ହାଇଦ୍ରାବାଦ: କୋଭିଡ-19 ମହାମାରୀ ବିଶ୍ବ ଅର୍ଥନୀତିରେ ଏକ ଅଦୃଶ୍ୟ ତଥା ବ୍ୟାଘାତକାରୀ ପ୍ରଭାବ ପକାଇଛି । ଡିସେମ୍ବର 2019ରେ ଚୀନରେ ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ପରବର୍ତ୍ତୀ ମାସ ଗୁଡିକରେ, ବିଶ୍ବର ପ୍ରମୁଖ ଶିଳ୍ପ ହବ୍‌ ଥିବା ଅନେକ ଅଞ୍ଚଳରେ ଏହାର କାୟା ବିସ୍ତାର ଯୋଗୁଁ ସେଠାରେ ତୁରନ୍ତ ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଥିଲା ଏବଂ ଉତ୍ପାଦନ ଅଟକି ରହିଲା । ଏହି ଅଞ୍ଚଳଗୁଡିକ ମଧ୍ୟରୁ ଅନେକ ବିଶ୍ବ ଅର୍ଥନୈତିକ ଫୋରମ ଦ୍ବାରା ଉନ୍ନତ ଉତ୍ପାଦନ ହବ୍‌ ଭାବେ ମାନ୍ୟତା ପାଇଛନ୍ତି । ଯେଉଁଥିରେ- ଡେଟ୍ରୋଇଟ୍, ମିଚିଗାନ୍ ଏବଂ ଯୁକ୍ତରାଷ୍ଟ୍ରର ନ୍ୟୁ ଇଂଲଣ୍ଡ ଅଞ୍ଚଳ ଅନ୍ତର୍ଭୁକ୍ତ; ଏହାସହ ଇଟାଲୀର ଲମ୍ବୋର୍ଡି ଅଞ୍ଚଳ, ଇସ୍ତାନବୁଲ, ତୁର୍କୀ, ସ୍ପେନର ବାସ୍କ ଅଞ୍ଚଳ, କୋପେନହାଜେନ, ଡେନମାର୍କ, ଏବଂ ଉଲସାନ, ଦକ୍ଷିଣ କୋରିଆ ରହିଛନ୍ତି । ଦ୍ରୁତ ଗତିରେ ବ୍ୟାପିଥିବା ଏହି ମହାମାରୀର ପରିଣାମ ସ୍ବରୂପ, ଯୁକ୍ତରାଷ୍ଟ୍ରରେ ଉତ୍ପାଦନ ଏବଂ ସାମଗ୍ରିକ ଶିଳ୍ପ ଉତ୍ପାଦନରେ ତୀବ୍ର ହ୍ରାସ ଘଟିଛି । ତେବେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ହୋଇଥିବା ମାନ୍ଦାବସ୍ଥାରେ ମଧ୍ୟ ଏପରି ହ୍ରାସ ଘଟିନଥିଲା ଯାହା ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ଏବଂ ଆର୍ଥିକ ବଜାରର ଅବନତିର ଆଶଙ୍କାକୁ ପ୍ରତିଫଳିତ କରିଛି। ସେହିଭଳି ତୁର୍କୀ, ଇଟାଲୀ, ଡେନମାର୍କ ଏବଂ ସ୍ପେନରେ କୋଭିଡ-19ର ପ୍ରଭାବ ଅର୍ଥନୀତିକୁ ଅସ୍ତବ୍ୟସ୍ତ କରି ପକାଇଛି, ମହାମାରୀର ଅର୍ଥନୈତିକ ଅବନତି ଦ୍ବାରା ଉତ୍ପାଦନ କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହୋଇଛି ।

ଏହା ଏପରି ଏକ ସମୟରେ ଆସିଥିଲା ଯେତେବେଳେ ଅନେକ ଉତ୍ପାଦକ ଅସ୍ଥିର ବିନିମୟ ମୂଲ୍ୟ, ଉଚ୍ଚ ସୁଧ ହାର ଏବଂ ନକାରାତ୍ମକ ବ୍ୟାଙ୍କ ଋଣ ଗୁଣ ସହିତ ଅନ୍ୟାନ୍ୟ ଅର୍ଥନୈତିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲେ । ଏହି ଦେଶଗୁଡିକରେ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିବାର ଦୈନିକ ରିପୋର୍ଟ ଚିନ୍ତା ବଢ଼ାଇଥିଲା ଏବଂ ଉତ୍ପାଦନ କ୍ଷେତ୍ରକୁ ଏହି ରୋଗକୁ ରୋକିବାରେ ଆବଶ୍ୟକ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା । ମାନବ ଜୀବନ ଉପରେ ଏହାର ପ୍ରଭାବ ବିଷୟରେ ତୁରନ୍ତ ଚିନ୍ତା କରିବା ସହିତ, ଭୟଙ୍କର ଆର୍ଥିକ ଅବନତି ହେବାର ଆଶଙ୍କା ରହିଛି । କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗଗୁଡିକ (SMEs) ବିଶ୍ବବ୍ୟାପୀ ବିଶେଷ ଭାବେ ଆଘାତ ପାଇଛି । ଚୀନ, ଇଟାଲୀ ଏବଂ ଆମେରିକା ତୁଳନାରେ ଦକ୍ଷିଣ କୋରିଆରେ କୌଣସି ଲକଡାଉନ ହୋଇନଥିଲା । କାରଣ 2015ରେ ଏକ MERS ବିସ୍ଫୋରଣରୁ ଶିକ୍ଷା କରି, ଦେଶ ପ୍ରସ୍ତୁତ ହୋଇ ପରୀକ୍ଷଣକୁ ତ୍ବରାନ୍ବିତ କଲା ।

ଲୋକଙ୍କ ଦ୍ବାରା ଫେସ ମାସ୍କର ବହୁଳ ବ୍ୟବହାର ଏବଂ ସାମାଜିକ ଦୂରତାର ପଦକ୍ଷେପ ସହିତ ଦକ୍ଷିଣ କୋରିଆ ଏହାର ଦୃଷ୍ଟିକୋଣରେ ଉନ୍ନତି ଆଣିବାକୁ ଏବଂ କୋଭିଡ-19ର ବିସ୍ତାରକୁ ରୋକିବାରେ ସକ୍ଷମ ହୋଇଥିଲା । ସଂକ୍ରମଣରେ ବୃଦ୍ଧି ଘଟିବା ସତ୍ତ୍ବେ ଦକ୍ଷିଣ କୋରିଆ ଅର୍ଥନୈତିକ କାର୍ଯ୍ୟକଳାପକୁ ବନ୍ଦ ନକରି ଏହି ରୋଗକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । କିନ୍ତୁ ଚାହିଦା ହ୍ରାସ ହେତୁ ଦେଶର ଉତ୍ପାଦନ କ୍ଷେତ୍ର ଏବେ ବି କଠିନ ପରିଶ୍ରମ କରୁଛି।

ମିଚିଗାନ୍ ଏବଂ ନ୍ୟୁ ଇଂଲଣ୍ଡ AMHUB ରୁ ଉତ୍ପାଦନ ପ୍ରତିକ୍ରିୟା ଆମେରିକାରେ, ଅନେକ କାରଖାନା ଖୋଲା ରହି କୋଭିଡ-19 ସହିତ ଲଢ଼ିବାରେ ସାହାଯ୍ୟ କରୁଛି, କିନ୍ତୁ ଚ୍ୟାଲେଞ୍ଜ ଅନେକ ରହିଛି । ମିଚିଗାନରେ, ଅଟୋମେସନ୍ ଏଲି ନାମକ ଏକ ଅଣ-ଲାଭକାରୀ ଶିଳ୍ପ 4.0 ଜ୍ଞାନ କେନ୍ଦ୍ର, ସାରା ରାଜ୍ୟରେ 1100 ଟେକ୍ନୋଲୋଜି ଏବଂ ଉତ୍ପାଦନ ବ୍ୟବସାୟକୁ ସାହାଯ୍ୟ କରୁଛି, ସମସ୍ତ ଆକାରର କମ୍ପାନୀଗୁଡିକ ଯେଉଁଠାରେ ସେମାନେ ସାହାଯ୍ୟ କରିପାରିବେ କରୁଛନ୍ତି ।

ଅଟୋ ଜାଏଣ୍ଟସ୍ ଜେନେରାଲ ମୋଟର୍ସ ଏବଂ ଫୋର୍ଡ ମୋଟର କମ୍ପାନୀ ଦ୍ବାରା ପରିଚାଳିତ, ଡେଟ୍ରୋଇଟ ପ୍ଲାଣ୍ଟ ଯାହା ସାଧାରଣତଃ କାର ତିଆରି କରେ ବର୍ତ୍ତମାନ ବହୁ ଆବଶ୍ୟକୀୟ ଭେଣ୍ଟିଲେଟର, ମାସ୍କ, ଫେସ ସିଲ୍ଡ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ (PPE) ତିଆରି କରୁଛି । ହ୍ବିସ୍କି ଏବଂ ରମ୍ ପାଇଁ ଉଦ୍ଦିଷ୍ଟ ଡିଷ୍ଟିଲେରୀଗୁଡ଼ିକ ବର୍ତ୍ତମାନ ହ୍ୟାଣ୍ଡ ସାନିଟାଇଜର ଏବଂ ଡିସଇନଫେକ୍ଟାଣ୍ଟରେ ପରିଣତ ହେଉଛି । କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଉତ୍ପାଦ ତିଆରି କରିବା ପାଇଁ କାରଖାନାଗୁଡ଼ିକର ପୁନଃ ବିନ୍ୟାସ କରିବା ହେଉଛି ଏକ ବୃହତ କାର୍ଯ୍ୟ ଯାହାକି ସମୟ ନେଇଥାଏ, ଯେତେବେଳେ ଜାତୀୟ ତଥା ନୂତନ ଫେଡେରାଲ୍ ଆଦେଶଗୁଡିକର କେବଳ ସ୍ବାସ୍ଥ୍ୟକର୍ମୀ ନୁହେଁ ସମସ୍ତ ନାଗରିକ ମାସ୍କ ପିନ୍ଧିବେ ବୋଲି ନିର୍ଦ୍ଦେଶ ରହିଥାଏ ଏହି ଉତ୍ପାଦଗୁଡିକର ଚାହିଦା ବଢ଼ିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.