ETV Bharat / bharat

7 ବର୍ଷୀୟ ବାଳିକାର ଗିନିଜ ବୁକ ଅଫ ରେକର୍ଡ

author img

By

Published : Dec 7, 2020, 6:36 PM IST

ନିଜର ବିଚକ୍ଷଣ ପ୍ରତିଭା ପାଇଁ ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ରାୟପୁରର 7 ବର୍ଷୀୟ ନାବାଳିକା ମିସ୍କା । ମାତ୍ର 5 ମିନିଟ 6 ସେକେଣ୍ଡରେ ଆବୃତ୍ତି କଲେ 170 ଦେଶର ନାମ ସହ ରାଷ୍ଟ୍ରୀୟ ଖେଳ । ପଢନ୍ତୁ ଅଧିକ.....

7 ବର୍ଷୀୟ ବାଳିକାର ଗିନୀଜ ବୁକ ଅଫ ରେକର୍ଡ
7 ବର୍ଷୀୟ ବାଳିକାର ଗିନୀଜ ବୁକ ଅଫ ରେକର୍ଡ

ରାୟପୁର: ନିଜର ବିଚକ୍ଷଣ ପ୍ରତିଭା ପାଇଁ ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ରାୟପୁରର 7 ବର୍ଷୀୟ ନାବାଳିକା । ବିଶ୍ବର କୌଣସି ଦେଶର ପତାକା ଦେଖି ସେ ସମ୍ପୃକ୍ତ ଦେଶର ନାଁ ତାର ଜାତୀୟ ଖେଳର ନାଁ ମଧ୍ୟ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ କହିପାରୁଛନ୍ତି । ମାତ୍ର 5 ମନିଟ 6 ସେକେଣ୍ଡରେ 170 ଦେଶର ନାମ ଓ ରାଷ୍ଟ୍ରୀୟ ଖେଳର ନାମ ଆବୃତ୍ତି କରି ଗିନିଜ ବୁକ ଅଫ ରେକର୍ଡ ହାସଲ କଲେ ନାବାଳିକା । ସେ ହେଉଛନ୍ତି ଛତିଶଗଡ ରାୟପୁରର ବାସିନ୍ଦା ମିସ୍କା ଅଗ୍ରଓ୍ବାଲ ।

7 ବର୍ଷୀୟ ବାଳିକାର ଗିନୀଜ ବୁକ ଅଫ ରେକର୍ଡ

ରାଜଧାନୀର ରାଜକୁମାର କଲେଜରେ ଆୟୋଜିତ ଏକ ପ୍ରତିଯୋଗୀତାରେ ମିସ୍କା ଚେନ୍ନାଇରୁ ଆସିଥିବା ଏକ ସ୍ବତନ୍ତ୍ର ପ୍ରତିନିଧି ଟିମ ଆଗରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗିତାରେ ମିସ୍କା ବିଶ୍ବର ମାତ୍ର 5 ମିନିଟ 6 ସେକେଣ୍ଡରେ 170 ଟି ଦେଶର ପତାକାରୁ ଉକ୍ତ ଦେଶର ନାଁ ଓ ରାଷ୍ଟ୍ରୀୟ କ୍ରୀଡା ଅତି କମ ସମୟ ମଧ୍ୟରେ ଖୁବ ପ୍ରାଞ୍ଜଳ ଓ ନିର୍ଭୁଲ ଭାବେ ଆବୃତ୍ତି କରି ଗିନିଜ ବୁକ ଅଫ ରେକର୍ଡରେ ନିଜ ନାଁ ସାମିଲ କରିବାରେ ସଫଳ ହୋଇଛନ୍ତି ।

ମିସ୍କାର ଏହି ସଫଳତା ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କ ମା ଓ ପରିବାରର ଅନ୍ୟ ସଦସ୍ୟମାନେ ଖୁସି ପ୍ରକାଶ କରିବା ସହ ଏହା ମିସ୍କାର ଇଶ୍ବରଦତ୍ତ ପ୍ରତିଭା ବୋଲି କହିଛନ୍ତି । ମିସ୍କା ଛୋଟବେଳୁ କୌଣସି ଘଟଣାକୁ ଶିଘ୍ର ମନେ ରଖିବା ଓ ତାକୁ ନିର୍ଭୁଲ ଆବୃତ୍ତି କରିପାରିବା ଭଳି ପ୍ରତିଭା ଥିଲା ବୋଲି କହିଛନ୍ତି ।

ମିସ୍କାର ଏପରି ସଫଳତା ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେବ ବୋଲି ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.