ନୂଆଦିଲ୍ଲୀ: ମହାରାଷ୍ଟ୍ରର ଦିଗ୍ଗଜ ନେତା ଶରଦ ପାଓ୍ବାରଙ୍କୁ ଏକ କୁଶଳୀ ରାଜନୀତିଜ୍ଞ ବୋଲି କୁହାଯାଇଥାଏ । ଜଣେ ବିଚକ୍ଷଣ ରାଜନେତା ଭାବେ ତାଙ୍କର ଅନେକ ପ୍ରମାଣ ରହିଛି । ନିକଟରେ ହୋଇଥିବା ମହାରାଷ୍ଟ୍ର ନିର୍ବାଚନରେ ହାରି ଯାଇଥିବା ବାଜିକୁ ସେ ଓଲଟାଇ ଦେଇ ଜିତ ହାସଲ କରିଥିଲେ । ଯାହାଦ୍ବାରା ତାଙ୍କର ରାଜନୈତିକ ଛିବି ଆହୁରି ବଢିଯାଇଛି । ଯେଉଁଥିରୁ ସ୍ପଷ୍ଟ ଜଣାପଡିଥିଲା ଯେ, ମହାରାଷ୍ଟ୍ରରେ ସରକାର ନିର୍ମାଣ କରିବା ଚାବି ତାଙ୍କ ପାଖରେ ରହିଛି ।
ତେବେ ଗତ 12 ତାରିଖରେ ପାଓ୍ବାରଙ୍କ 80 ତମ ଜନ୍ମଦିନ ଥିଲା । ଏହି ଅବସରରେ ରାଜ୍ୟର ମରାଠାଓ୍ବାଡା ଅଞ୍ଚଳରେ ଏକ ବିଶାଳକାୟ ଆକୃତିର ଏକ ଛବି ନିର୍ମାଣ କରାଯାଇ ତାଙ୍କୁ ଭବ୍ୟ ସମ୍ମାନ ଅର୍ପଣ କରାଯାଇଛି । ଏହି ଛବି 4 ଏକର ଜମିରେ 1 ଲକ୍ଷ 80 ହଜାର ବର୍ଗ ଫୁଟର ରହିଛି । ଏହା 20 କେଜି ଚଣାରେ ପ୍ରସ୍ତୁତ ହୋଇଛି ।
ଏହାକୁ ନିର୍ମାଣ କରିଛନ୍ତି ଅସ୍ମାନାବାଦ ଜିଲ୍ଲାର କଳାକାର ମଙ୍ଗେସ ନିପାଣିକର । ଏଥିପାଇଁ ତାଙ୍କୁ 15 ଦିନ କଡା ପରିଶ୍ରମ କରିବାକୁ ପଡିଛି । ଯଦି ଏହି ଛବିକୁ ଆକାଶମାର୍ଗରୁ ଦେଖିଯାଏ ତେବେ ଶରଦ ପାଓ୍ବାରଙ୍କ ଏହି ବିଶାଳକାୟ ଛବି ତାଙ୍କର ରାଜନୀତିକ ସ୍ବରୂପ ଭଳି ବୃହତ ଭଳି ଦୃଶ୍ୟମାନ ହେଉଛି ।