ETV Bharat / bharat

ବାହାରିବ କି ଚାଷୀ ଆନ୍ଦୋଳନର ସମାଧାନ, ସବୁଜ ସଙ୍କେତ ଦେଲେ କେନ୍ଦ୍ର କୃଷିମନ୍ତ୍ରୀ - tractor rally of farmers

ଖୁିବଶିଘ୍ର ଚାଷୀ ଆନ୍ଦୋଳନ ସମାଧାନ ହେବା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସଙ୍କେତ । ଅଧିକ ପଢନ୍ତୁ....

ଖୁିବଶିଘ୍ର ଚାଷୀ ଆନ୍ଦୋଳନ ସମାଧାନ ହେବା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସଙ୍କେତ

author img

By

Published : Jan 25, 2021, 7:14 PM IST

ନୂଆଦିଲ୍ଲୀ: ମଙ୍ଗଳବାର 72 ତମ ସାଧାରଣତନ୍ତ୍ର ଦିବସରେ କୃଷକମାନଙ୍କ ପକ୍ଷରୁ ଟ୍ରାକ୍ଟର ରାଲି ଆୟୋଜନ କରାଯିବାକୁ ଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ତୋମାର କହିଛନ୍ତି ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ରହିଛି । କୃଷି ଆଇନକୁ ନେଇ ଯେଉଁ ଆନ୍ଦୋଳନ ଚାଲିଛି ତାହା କଥାବାର୍ତ୍ତା ମାଧ୍ୟମରେ ସମାଧାନ ହେବା ନେଇ ଆମେ ଆଶା କରୁଥିଲୁ ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସମ୍ଭବ ହୋଇ ପାରିନାହିଁ । ତଥାପି ଖୁବଶିଘ୍ର କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ବାହାରିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ତୋମାର ।

ତୋମାର ଆହୁରି ମଧ୍ୟ କହିଛନ୍ତି କୃଷକମାନେ ଜାନୁଆରୀ 26 ପରିବର୍ତ୍ତେ ଅନ୍ୟ କୌଣସି ଦିନ ରାଲି ପାଇଁ ଚୟନ କରିପାରିଥାନ୍ତେ । କିନ୍ତୁ ସେମାନେ ସାଧାରଣତନ୍ତ୍ର ଦିବସରେ ରାଲି ବାହାର କରିବା ପାଇଁ ଘୋଷଣା କରିଛନ୍ତି । କିନ୍ତୁ ବିନା ଉତ୍ତେଜନା ଓ ହିଂସାରେ ରାଲି ଶେଷ କରିବା ପାଇଁ ଚାଷୀ ଓ ଦିଲ୍ଲୀ ପୋଲିସ ପ୍ରଶାସନ ଉଭୟଙ୍କ ପାଇଁ ଆହ୍ବାନ ହେବ ବୋଲି କହିଛନ୍ତି ତୋମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.