ETV Bharat / bharat

ବିଜେପିର ଆନୁଗତ୍ୟ ପାଲଟିଛି ଇଡି: ସଞ୍ଜୟ ରାଉତ - ସଞ୍ଜୟ ରାଉତ ପତ୍ନୀଙ୍କୁ ସମନ

ପତ୍ନୀଙ୍କୁ ସମନ ପରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ କଟାକ୍ଷ କରିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ବର୍ତ୍ତମାନ ବିଜେପି ବିରୋଧରେ ଯେଉଁମାନେ ସ୍ବର ଉତ୍ତୋଳନ କରୁଛନ୍ତି ଇଡି ସେମାନଙ୍କୁ ସମନ ପଠାଇବା କାର୍ଯ୍ୟ କରୁଛି। ଅଧିକ ପଢ଼ନ୍ତୁ...

The Enforcement Directorate has become loyal to the BJP says sanjay raut
ବିଜେପିର ଆନୁଗତ୍ୟ ପାଲଟିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ: ସଞ୍ଜୟ ରାଉତ
author img

By

Published : Dec 30, 2020, 7:12 AM IST

ମୁମ୍ବାଇ: ପତ୍ନୀଙ୍କୁ ସମନ ପରେ ଇଡିକୁ କଟାକ୍ଷ କରିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ବର୍ତ୍ତମାନ ବିଜେପି ବିରୋଧରେ ଯେଉଁମାନେ ସ୍ବର ଉତ୍ତୋଳନ କରୁଛନ୍ତି ଇଡି ସେମାନଙ୍କୁ ସମନ ପଠାଇବା କାର୍ଯ୍ୟ କରୁଛି। ଇଡି ପାଇଁ ଏହା ଏକ ଜାତୀୟ କାର୍ଯ୍ୟ ହୋଇଯାଇଛି। ଏକ ସାକ୍ଷାତକାରରେ ଏହା କହିଛନ୍ତି ସଞ୍ଜୟ ରାଉତ।

ସାକ୍ଷାତାକାରରେ ସଞ୍ଜୟତ ରାଉତ କହିଛନ୍ତି ଯେ, "ସାମ୍ପ୍ରତିକ ପରିସ୍ଥିତିରେ ରାଜନୈତିକ ଫାଇଦା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ବ୍ୟବହାର କରୁଛି ବିଜେପି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କିଛି ସମ୍ମାନ ଓ କିଛି ଦାୟିତ୍ବ ରହିଥିଲା। କିନ୍ତୁ ବର୍ତ୍ତମାନ ବିଜେପିର କାର୍ଯ୍ୟ କରିବା ଏହାର ଜାତୀୟ କର୍ତ୍ତବ୍ୟ ହୋଇ ପଡ଼ିଛି। ଏଭଳି ଏକ ସଂସ୍ଥା କୌଣସି ରାଜନୈତିକ ଦଳ ଦ୍ବାରା ପରିଚାଳିତ ହେବା ଦୁଃଖଦାୟକ।"

ମହାରାଷ୍ଟ୍ର ପିଏମସି ବ୍ଯାଙ୍କ ଘୋଟାଲାକୁ ନେଇ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ଇଡି ସମନ କରିଥିଲା। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା। ପ୍ରମୁଖ ରାଜନୈତିକ ଦଳ ଇଡିର ସମନକୁ ନେଇ ବିଜେପି ଉପରେ ବର୍ଷିଥିଲେ। ମହାରାଷ୍ଟ୍ରରେ ପିଏମସି ବ୍ୟାଙ୍କ ଘୋଟାଲାର ଜଣେ ଅଭଯୁକ୍ତ ବ୍ୟାଙ୍କରୁ 55 ଲକ୍ଷ ଟଙ୍କା ଋଣ ନେଇଥିଲେ। ଅଭିଯୁକ୍ତ ଜଣକ ବର୍ଷାଙ୍କ ସମ୍ପର୍କୀୟ ହୋଇଥିବା ଜଣା ପଡ଼ିଛି। ଏହାକୁ ନେଇ ବର୍ଷାଙ୍କୁ ଜେରା କରିବାକୁ ଚାହୁଁଛି ଇଡି। ଏଥିପାଇଁ ମଙ୍ଗଳବାର ଇଡି ନିକଟରେ ସଞ୍ଜୟ ରାଉତଙ୍କ ପତ୍ନୀ ହାଜର ହେବାକୁ ଥିଲା।

ସମନ ଅନୁଯାୟୀ ବର୍ଷା ମଙ୍ଗଳବାର ଇଡି ନିକଟରେ ହାଜର ହୋଇ ନାହାନ୍ତି। ହାଜର ହେବାକୁ ଜାନୁଆରୀ 5 ତାରିଖ ଯାଏଁ ମହଲତ ମାଗିଛନ୍ତି ବର୍ଷା।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.