ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଭାରତ ଓ ଚୀନ ମଧ୍ୟରେ ହେବ ଅଷ୍ଟମ ରାଉଣ୍ଡ କମାଣ୍ଡରସ୍ତରୀୟ ବୈଠକ। ପୂର୍ବ ଲଦ୍ଦାଖ ଏଲଏସିରୁ (line of actual control) ସୈନ୍ୟ ପ୍ରତ୍ୟାହାର ପାଇଁ ଏହି ବୈଠକ ହେବ। ଏହାପୂର୍ବରୁ ବହୁଥର ଦୁଇ ଦେଶ ମଧ୍ୟରେ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଆଲୋଚନା ହୋଇସାରିଛି। ତେବେ ଚୀନ ସେନା ଏପର୍ଯ୍ୟନ୍ତ ପୂର୍ବ ଲଦ୍ଦାଖରୁ ସୈନ୍ୟ ପ୍ରତ୍ୟାହାର କରିନଥିବା ସୂଚନା ମିଳିଛି।
![ଚଳିତ ସପ୍ତାହରେ ଭାରତ ଓ ଚୀନ ମଧ୍ୟରେ ଅଷ୍ଟମ ରାଉଣ୍ଡ କମାଣ୍ଡରସ୍ତର ବୈଠକ](https://etvbharatimages.akamaized.net/etvbharat/prod-images/9310401_kjhfd.jpg)
ଚଳିତ ସପ୍ତାହରେ କେଉଁ ଦିନ ଏହି ବୈଠକ ହେବ ସେନେଇ ଦୁଇଦେଶର ସେନା ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି। ଏହି ବୈଠକରେ ଦୁଇ ଦେଶ ଏଲଏସିରୁ ନିଜ ସୈନ୍ୟ ପ୍ରତ୍ୟାହାର କରିବା ନେଇ ଆଲୋଚନା କରିବେ। ବର୍ତ୍ତମାନ ଲଦ୍ଦାଖ ନିକଟସ୍ତ ସମ୍ବେଦନଶୀଳ ସ୍ଥାନରେ ନିଜର ସୈନ୍ୟ ଛାଉଣି କରି ରଖିଛି ଚୀନ। ଏହାସହ ପ୍ୟାଙ୍ଗଗଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ଅଞ୍ଚଳରୁ ମଧ୍ୟ ସୈନ୍ୟ ପ୍ରତ୍ୟାହାର ପାଇଁ ଆଲୋଚନା ହେବ। ଏହିସବୁ ସ୍ଥାନରୁ ସମ୍ପୁର୍ଣ୍ଣ ଭାବରେ ସୈନ୍ୟ ପ୍ରତ୍ୟାହାର କରିନାହିଁ ଚୀନ।
ଅଷ୍ଟମସ୍ତରୀୟ ଏହି ବୈଠକରେ ଭାରତୀୟ ସେନାର 14ଜଣ କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ ଉପସ୍ଥିତ ରହିବେ। ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ ଏହି ବୈଠକର ପ୍ରତିନିଧିତ୍ବ କରିବେ। ପୂର୍ବରୁ ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ କମାଣ୍ଡରସ୍ତରୀୟ ବୈଠକର ପ୍ରତିନିଧିତ୍ବ କରୁଥିଲେ। ତେବେ ସେ ମିଲିଟାରୀ ଏକାଡେମୀକୁ ବଦଳ ହେବାପରେ ତାଙ୍କ ସ୍ଥାନରେ ପିଜିକେ ମେନନ ଏହି ବୈଠକର ପ୍ରତିନିଧିତ୍ବ କରିବେ।
![ଚଳିତ ସପ୍ତାହରେ ଭାରତ ଓ ଚୀନ ମଧ୍ୟରେ ଅଷ୍ଟମ ରାଉଣ୍ଡ କମାଣ୍ଡରସ୍ତର ବୈଠକ](https://etvbharatimages.akamaized.net/etvbharat/prod-images/9310401_kjf.jpg)
ଏଲଏସିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ଚୀନ ସୈନ୍ୟ ପ୍ୟାଙ୍ଗଗଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳକୁ ଅକ୍ତିଆର କରିନେଇଛନ୍ତି। ସେହି ଅଞ୍ଚଳରେ ଚୀନ ସୈନ୍ୟ ଛାଉଣି ହୋଇ ରହିଛନ୍ତି। ଏହି ଦୁଇଟି ଭାରତରେ ଥିବା ବେଳେ ଚୀନ ଜୋରଜବରଦସ୍ତ ଏହାକୁ ନିଜ ଅଞ୍ଚଳ ବୋଲି ଦର୍ଶାଉଛି। ସେପଟେ ରେଜାଙ୍ଗ ଲା ଓ ରେଚାନ ଲାରେ ଭାରତୀୟ ସୈନ୍ୟ ରହିଛନ୍ତି। ସେହି ଅଞ୍ଚଳରେ ଚୀନ ସୈନ୍ୟ ପକ୍ଷରୁ ଫାଙ୍କା ଗୁଳି ଚାଳନା କରାଯାଇଥିବା ଭାରତୀୟ ସେନା ସୂଚନା ଦେଇଛି।
@ani