ରାଞ୍ଚି: ଯୁବକଙ୍କ ପ୍ରେଗନାନ୍ସି ଟେଷ୍ଟ କରିବା ପାଇଁ ରିପୋର୍ଟ ଦେଇଛନ୍ତି ଡାକ୍ତର । ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଚତରା ଜିଲ୍ଲାରେ । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ଦୁଇ ଜଣ ଯୁବକ ଗୋପାଲ ଗଞ୍ଜୁ ଏବଂ କାମେଶ୍ବର ଜାନୁ ପେଟ ଯନ୍ତ୍ରଣା ହେଉଥିବା ଦେଖାଇବାକୁ ଆସିଥିଲେ ।
ଉଭୟ ଗୋପାଳ ଏବଂ କାମେଶ୍ବରଙ୍କୁ ଡାକ୍ତର ମୁକେଶ କୁମାର ପରୀକ୍ଷାନୀରିକ୍ଷା କରିଥିଲେ । ପରୀକ୍ଷାନୀରିକ୍ଷା ସମୟରେ ତାଙ୍କୁ ଏଚଆଇଭି, ହିମୋଗ୍ଲୋବିନ ଏବଂ ପ୍ରେଗନାନ୍ସି ଟେଷ୍ଟ କରିବାକୁ ରିପୋର୍ଟରେ ଲେଖିଥିଲେ । ତେବେ ଏହା ଦେଖି ଉଭୟ ଗୋପାଳ ଏଭଂ କାମେଶ୍ବର ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ ।
ଏନେଇ ସେମାନେ ସିଭିଲ ସର୍ଜନ ଅରୁଣ କୁମାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ଅରୁଣ କୁମାର କହିଛନ୍ତି କି ଏନେଇ ତଦନ୍ତ ଜାରି ରହିଛି । ଏହାର ତଦନ୍ତ ସରିବା ପରେ ଆମେମାନେ ଯାହା କିଛି କହିପାରିବୁ ବୋଲି ସେ କହିଥିଲେ । ସେପଟେ ଏନେଇ ଡାକ୍ତର ମୁକେଶ କୁମାର କହିଛନ୍ତି କି ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ରହିଛି ।
ସୂଚନା ଯୋଗ୍ୟ ଗତ ଜୁଲାଇ ମାସରେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ଏଭଳି ତାଜୁବ କରିବା ଭଳି ଘଟଣାମାନ ଦେଖିବାକୁ ମିଳିଥିଲା ।