ETV Bharat / bharat

ଆଜି ଦିଲ୍ଲୀରେ ହେବ ମନ୍ତ୍ରୀ ସୁରେଶ ଅଙ୍ଗାଦୀଙ୍କ ଅନ୍ତିମ ସଂସ୍କାର - ମନ୍ତ୍ରୀ ସୁରେଶ ଅଙ୍ଗାଦୀ

ଆଜି ଦିଲ୍ଲୀରେ ରାଜ୍ୟ ରେଳମନ୍ତ୍ରୀ ସୁରେଶ ଅଙ୍ଗାଦୀଙ୍କ ଅନ୍ତିମ ସଂସ୍କାର କରାଯିବ । କୋରୋନା ପ୍ରୋଟୋକଲ ଅନୁଯାୟୀ ଦିଲ୍ଲୀର ଦ୍ୱାରକା ସେକ୍ଟର ନଂ-24ରେ ମନ୍ତ୍ରୀଙ୍କର ଅନ୍ତିମ ସଂସ୍କାର କରାଯିବ।

ଆଜି ଦିଲ୍ଲୀରେ କରାଯିବ ମନ୍ତ୍ରୀ ସୁରେଶ ଅଙ୍ଗାଦୀଙ୍କ ଅନ୍ତିମ ସଂସ୍କାର

author img

By

Published : Sep 24, 2020, 10:02 AM IST

ବେଙ୍ଗାଲୁରୁ: ଆଜି ଦିଲ୍ଲୀରେ ରାଜ୍ୟ ରେଳମନ୍ତ୍ରୀ ସୁରେଶ ଅଙ୍ଗାଦୀଙ୍କ ଅନ୍ତିମ ସଂସ୍କାର କରାଯିବ । କୋରୋନା ପ୍ରୋଟୋକଲ ଅନୁଯାୟୀ ଦିଲ୍ଲୀର ଦ୍ୱାରକା ସେକ୍ଟର ନଂ-24ରେ ମନ୍ତ୍ରୀଙ୍କର ଅନ୍ତିମ ସଂସ୍କାର କରାଯିବ।

ସୂଚନା ଅନୁଯାୟୀ, ଯେହେତୁ ମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ଥିଲେ ସେଥିପାଇଁ ମନ୍ତ୍ରୀଙ୍କ ମୃତଦେହକୁ ବେଲାଗାଭି ନେବାକୁ ଅନୁମତି ଦିଆଯାଇ ନାହିଁ । ତେବେ କର୍ଣ୍ଣାଟକ ଶିଳ୍ପ ମନ୍ତ୍ରୀ ଜଗଦୀଶ ସେଲଟର ଏବଂ ମନ୍ତ୍ରୀଙ୍କ ସମ୍ପର୍କୀୟ ଦିଲ୍ଲୀରେ ଅଛନ୍ତି। ଏପଟେ ବେଲାଗାଭିରେ ରହୁଥିବା ମନ୍ତ୍ରୀଙ୍କ ବଡ଼ ଝିଅ ସ୍ଫ୍ରୁତି ଆଜି ଦିଲ୍ଲୀରେ ପହଞ୍ଚିବେ । ସେ ଦିଲ୍ଲୀରେ ପହଞ୍ଚିବା ପରେ ହିଁ ଅନ୍ତିମ ସଂସ୍କାର କରାଯିବ।

ପ୍ରକାଶ ଥାଉକି, କୋରୋନା ଆକ୍ରାନ୍ତ ହେବା ପରେ ମନ୍ତ୍ରୀ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିଲେ । ଗତ ବୁଧବାର ରାତି 8ଟା ସମୟରେ ସେ କୋରୋନାରେ ପ୍ରାଣ ହରାଇଛନ୍ତି । ତେବେ କୋରୋନାରେ ମୃତ୍ୟୁବରଣ କରିଥିବା ସୁରେଶ ଅଙ୍ଗାଦୀ ପ୍ରଥମ କେନ୍ଦ୍ରମନ୍ତ୍ରୀ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.