ETV Bharat / bharat

ସୀମା ବିବାଦ: 14 ଘଣ୍ଟା ଧରି ଚାଲିଲା କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା

ପୂର୍ବ ଲଦାଖରେ ଭାରତ-ଚୀନ ବିବାଦକୁ ହ୍ରାସ କରିବାକୁ ଚୁସୁଲରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ପ୍ରାୟ 14.05 ଘଣ୍ଟା ଧରି ଚାଲିଥିଲା । ଅଧିକ ପଢନ୍ତୁ...

author img

By

Published : Jul 15, 2020, 9:47 AM IST

ସୀମା ବିବାଦ: 14 ଘଣ୍ଟା ଧରି ଚାଲିଲା କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା
ସୀମା ବିବାଦ: 14 ଘଣ୍ଟା ଧରି ଚାଲିଲା କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ପୂର୍ବ ଲଦାଖର ଚୁସୁଲରେ ଭାରତ -ଚୀନ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଯାଇଛି । ଏହି ଆଲୋଚନା ପ୍ରାୟ 14.05 ଘଣ୍ଟା ପର୍ଯ୍ୟନ୍ତ ଧରି ଚାଲିଥିଲା। ଏହି ବୈଠକ ମଙ୍ଗଳବାର ସକାଳ 11.30 ସମୟରୁ ଆରମ୍ଭ ହୋଇ ରାତି 2ଟା ରେ ଶେଷ ହୋଇଥିଲା ।

ସୂଚନା ମୁତାବକ, ଏହି ବୈଠକରେ ଉଭୟ ପକ୍ଷ ବାସ୍ତିବକ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରୁ ସେନା ହଟାଇବାକୁ ଦ୍ବିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଫିଙ୍ଗର ଅଞ୍ଚଳରୁ ତିକ୍ତତା କମ କରିବା ସହ ଅସ୍ତ୍ରଶସ୍ତ୍ରକୁ ହଟାଇବା ଉପରେ ଆଲୋଚନା କରାଯାଇଥିଲା ।

ଅଧିକାରୀ କହିଛନ୍ତି ଯେ, କର୍ପସ କମାଣ୍ଡର ସ୍ତରୀୟ କଥାବାର୍ତ୍ତାର ଚତୁର୍ଥ ପର୍ଯ୍ୟାୟରେ ପୂର୍ବ ଲଦାଖର LAC ନିକଟରୁ ବହୁ ସାମରିକ ସ୍ଥାପନରୁ ବହୁ ସଂଖ୍ୟକ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ହଟାଇବା ଉପରେ ଧ୍ୟାନ ଦିଆଯାଇଥିଲା।

ଜୁଲାଇ 5 ରେ, ସୀମା ପ୍ରସଙ୍ଗରେ ଭାରତ ଏବଂ ଚୀନ୍‌ର ସ୍ୱତନ୍ତ୍ର ପ୍ରତିନିଧୀ - ଅଜିତ ଡୋଭାଲ ଏବଂ ଚୀନ୍ ରାଜ୍ୟ ପରିଷଦ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ ୟି ଏକ ଟେଲିଫୋନ୍ ବାର୍ତ୍ତାଳାପ କରିଥିଲେ । ଏହି ସମୟରେ ସମସ୍ତ ତିକ୍ତତା ହ୍ରାସ କରିବାକୁ ସହମତି ପ୍ରକାଶ ପାଇଥିଲା । ଏହା ପରେ ଏଲଏସିର ଫିଙ୍ଗର 4 ଓ 5 ଅଞ୍ଚଳରୁ ଚୀନ ସେନା ପଛକୁ ହଟିଥିଲେ ।

ଗାଲୱାନ ଉପତ୍ୟାକା, ହଟ୍ ସ୍ପ୍ରିଙ୍ଗସ୍ ଏବଂ ପାଟ୍ରୋଲିଂ ପଏଣ୍ଟ -15 ସମେତ ଅନ୍ୟ ପାଟ୍ରୋଲିଂ ପଏଣ୍ଟର ଦୁଇ କିଲୋମିଟର ଡ୍ରାଗନ ପଛ ଘୁଞ୍ଚା ଦେଇଥିଲା । ଭାରତ ସେନା ମଧ୍ୟ ପଛକୁ ହଟିଛନ୍ତି ।ଖାଲି ସ୍ଥାନଗୁଡିକ ଉଭୟ ପକ୍ଷର ଅସ୍ଥାୟୀ ଅଣ-ପାଟ୍ରୋଲିଂ ଜୋନ୍ ଭାବରେ ପରିଗଣିତ ହେବ ଏବଂ ସେମାନଙ୍କର ସେନାମାନେ ସେଠାକୁ ଆସିବେ ନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.