ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ ରଣାଙ୍ଗନରେ ‘ଏମ୍‌’ ଅକ୍ଷରର ମହତ୍ତ୍ବ

author img

By

Published : Feb 4, 2021, 6:17 AM IST

ଏଆଇଏମ୍‌ଆଇଏମ୍‌ ସହିତ ଏକାଠି ହୋଇ ସେ ଅନେକଙ୍କ ପାଇଁ, ଖାସକରି କ୍ଷମତାସୀନ ତୃଣମୂଳ କଂଗ୍ରେସ ପାଇଁ ଅସହଜ ସ୍ଥିତି ସୃଷ୍ଟି କରିପାରନ୍ତି । ବଙ୍ଗଳାର ନିର୍ବାଚନରେ ସଂଖ୍ୟାଲଘୁ ସଂପ୍ରଦାୟକୁ ଭୋଟ ବ୍ୟାଙ୍କ ରୂପେ ବିଚାର କରିବାର ପ୍ରଥା ଦୀର୍ଘକାଳ ହେଲା ପ୍ରଚଳିତ ହୋଇଆସୁଛି ଏବଂ ଏହା କେବଳ ନିର୍ବାଚନ ସମୟରେ ସୀମିତ ହୋଇ ରହିନାହିଁ । ଅଧିକ

ପଶ୍ଚିମବଙ୍ଗ ନିର୍ବାଚନ ରଣାଙ୍ଗନ
ପଶ୍ଚିମବଙ୍ଗ ନିର୍ବାଚନ ରଣାଙ୍ଗନ

ଏମିତି ବି ହୋଇପାରେ, ବହୁ ଉଚ୍ଚରେ ଉଡୁଥିବା ଗୁଡ଼ି ମଧ୍ୟ ତଳେ ଥିବା ଘାସ ଓ ଫୁଲ କଢ଼ ପ୍ରତି ବିପଦ ସୃଷ୍ଟି କରିପାରେ । ଏବଂ ପରିଶେଷରେ ପଦ୍ମ ଫୁଟିବାରେ ସହାୟକ ସାବ୍ୟସ୍ତ ହୋଇପାରେ । ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ଅନ୍ୟୂନ 10ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଅଲ୍‌ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦ-ଉଦ୍‌-ମୁସଲିମୀନ (AIMIM) ପ୍ରସ୍ତୁତି ଆରମ୍ଭ କରିଛି ଏବଂ ଏହା ଫଳରେ ସଂଖ୍ୟାଗରିଷ୍ଠ ମୁସଲମାନଙ୍କୁ ଭୋଟ ବ୍ୟାଙ୍କ ହିସାବରେ ବର୍ଗୀକୃତ କରିବା ସହିତ ରାଜ୍ୟରେ ଭୋଟ ଧ୍ରୁବୀକରଣର ସମ୍ଭାବନା ପୁଣି ସାମନାକୁ ଆସିଛି ।

କୁହୁଳୁଥିବା ନିଆଁକୁ ଆଉ ଟିକେ ତେଜିବା ପାଇଁ ଆଉ ଜଣେ ମୁସଲମାନ ଧର୍ମଗୁରୁ ଆବାସ ସିଦ୍ଦିକି ମଧ୍ୟ ଇଣ୍ଡିଆନ୍‌ ସେକ୍ୟୁଲାର ଫ୍ରଣ୍ଟ୍‌ ନାମକ ଏକ ଦଳ ଗଠନ କରିଛନ୍ତି । ଏଆଇଏମ୍‌ଆଇଏମ୍‌ ସହିତ ଏକାଠି ହୋଇ ସେ ଅନେକଙ୍କ ପାଇଁ, ଖାସକରି କ୍ଷମତାସୀନ ତୃଣମୂଳ କଂଗ୍ରେସ ପାଇଁ ଅସହଜ ସ୍ଥିତି ସୃଷ୍ଟି କରିପାରନ୍ତି । ବଙ୍ଗଳାର ନିର୍ବାଚନରେ ସଂଖ୍ୟାଲଘୁ ସଂପ୍ରଦାୟକୁ ଭୋଟ ବ୍ୟାଙ୍କ ରୂପେ ବିଚାର କରିବାର ପ୍ରଥା ଦୀର୍ଘକାଳ ହେଲା ପ୍ରଚଳିତ ହୋଇଆସୁଛି ଏବଂ ଏହା କେବଳ ନିର୍ବାଚନ ସମୟରେ ସୀମିତ ହୋଇ ରହିନାହିଁ ।

ବିଭିନ୍ନ ସମୟରେ ଅନେକ ପୋଷ୍ଟର ଏବଂ କଟ୍‌ଆଉଟ୍‌ରେ ମମତା ବାନାର୍ଜୀଙ୍କୁ ଏକ ନିର୍ଦ୍ଦିଷ୍ଟ ଭଙ୍ଗୀରେ ପ୍ରାର୍ଥନା କରୁଥିବାର ଦେଖାଯାଇଛି । ନିର୍ଦ୍ଦିଷ୍ଟ ଏକ ଧାର୍ମିକ ସଂପ୍ରଦାୟର କେତେକ ବାର୍ଷିକ ପର୍ବପର୍ବାଣୀ ଓ ପାରମ୍ପରିକ ଉତ୍ସବ ପାଳନର ଅବ୍ୟବହିତ ପୂର୍ବରୁ ଏହି ସବୁ ପୋଷ୍ଟର ଓ ବ୍ୟାନର ପ୍ରକାଶିତ ହୋଇଥାଏ । ମୁସଲମାନ ସଂପ୍ରଦାୟର ଇମାମ ଏବଂ ମୁଅଜ୍ଜିନମାନଙ୍କୁ ମାସିକ ଭତ୍ତା ମଞ୍ଜୁର କରିବା ଲାଗି ତୃଣମୂଳ କଂଗ୍ରେସ ସରକାରଙ୍କ ନିଷ୍ପତ୍ତି ସେମାନଙ୍କ ପ୍ରତି ମମତା ବାନାର୍ଜୀଙ୍କସର୍ବଶେଷ ଅବଦାନ ।

ପଶ୍ଚିମ ବଙ୍ଗକୁ 34 ବର୍ଷ ଧରି ଶାସନ କରିଥିବା ବାମ ସାମ୍ମୁଖ୍ୟ ମଧ୍ୟ ଏହି ତୁଷ୍ଟୀକରଣ ରାଜନୀତିର ଦୌଡ଼ରୁ ବାଦ୍‌ ପଡ଼ି ନଥିଲା । ବାସ୍ତବରେ, ମୁସଲମାନ ସଂପ୍ରଦାୟର ଅଧିକାଂଶ ଭୋଟ ହାସଲ କରିବା ଲାଗି ପ୍ରତିଟି ନିର୍ବାଚନ ସମୟରେ ସେମାନେ ସେମାନଙ୍କ ନିଜସ୍ବ ଶୈଳୀରେ ରଣକୌଶଳ ପ୍ରସ୍ତୁତ କରୁଥିଲେ। ହୁଏତ ମଦ୍ରାସା ବୋର୍ଡକୁ ଶିକ୍ଷାନୁଷ୍ଠାନରେ ପରିଣତ କରିବା ହେଉ କି କେବଳ ସଂଖ୍ୟାଲଘୁ ସଂପ୍ରଦାୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ସ୍ଥାପନ ହେଉ, ଏସବୁ ଏହି ରଣକୌଶଳର ଅଂଶବିଶେଷ ଥିଲା । ସରକାରୀ ଚାକିରି କ୍ଷେତ୍ରରେ ମୁସଲମାନଙ୍କ ପାଇଁ 10% ସଂରକ୍ଷଣ ସୁବିଧା ଦେବା ଲାଗି ଶାସନ କାଳର ଶେଷ ପର୍ଯ୍ୟାୟରେ ସିପିଆଇଏମ୍‌ ଇଚ୍ଛାପ୍ରକାଶ କରିଥିଲା ।

କିନ୍ତୁ ଏହାକୁ କାର୍ଯ୍ୟକାରୀ କରିପାରି ନଥିଲା । ତା ପୂର୍ବରୁ ସେମାନେ ନିର୍ବାଚନରେ ହାରି ବିଦା ହୋଇଯାଇଥିଲେ । ନିର୍ବାଚନରେ ମୁସଲମାନଙ୍କର ପ୍ରମୁଖ ଭୂମିକା ନିର୍ବାହ କରିବା ସମ୍ଭାବନାକୁ ଆଖିରେ ରଖି କୌଣସି ଦଳ ସେମାନଙ୍କୁ ଅଣଦେଖା କରିପାରିନାହିଁ ।

କିନ୍ତୁ 2019 ସାଧାରଣ ନିର୍ବାଚନରେ ବିଜେପି ଏକ ଭିନ୍ନ ଗୋଟିଚାଳନା କରିଥିଲା । ଗତ ଲୋକସଭା ନିର୍ବାଚନ ସମୟରେ ବଙ୍ଗଳାରେ ଯେଉଁଭଳି ଭୋଟ ଧ୍ରୁବୀକରଣ ସ୍ପଷ୍ଟ ପ୍ରତୀୟମାନ ହୋଇଥିଲା, ସେପରି ଆଗରୁ କେବେ ହୋଇନଥିଲା । 2001 ଏବଂ 2006 ନିର୍ବାଚନ ସମୟରେ ବିଜେପି ଏଠାରେ କେବଳ ଏକ ଦେଖଣାହାରୀ ଦଳ ରୂପେ ଉଭା ହୋଇଥିଲା । ଯଦିଓ 1998, 1999 ଏବଂ 2004ର ସାଧାରଣ ନିର୍ବାଚନ ସମୟରେ ବିଜେପି ତୃଣମୂଳ କଂଗ୍ରେସର କନିଷ୍ଠ ମେଣ୍ଟ ଦଳ ରୂପେ ରହିଥିଲା, ତଥାପି ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ମମତା, ବିଜେପି ବଦଳରେ କଂଗ୍ରେସକୁ ପ୍ରାଥମିକତା ଦେଇଥିଲେ ।

ଏମିତି କି 2011 ମସିହାରେ, ଶେଷରେ ମମତା ଯେତେବେଳେ ବାମ ସାମ୍ମୁଖ୍ୟର ମୂଳପୋଛ କରିବାରେ ସକ୍ଷମ ହୋଇଥିଲେ, ସେତେବେଳେ ବି ସେ ବିଜେପି ସହିତ ନୁହେଁ, ବରଂ କଂଗ୍ରେସ ସହିତ ମେଣ୍ଟ ଗଠନ କରିଥିଲେ । ସେହି ନିର୍ବାଚନରେ ଗୈରିକ ଦଳ ମାତ୍ର 4.1% ଭୋଟ ହାସଲ କରିପାରିଥିଲା ।

2016ରେ ମମତା ଏକାକୀ ଲଢ଼ିଥିଲେ ଏବଂ ବାମ ସାମ୍ମୁଖ୍ୟ-କଂଗ୍ରେସ ମେଣ୍ଟ ଏବଂ ବିଜେପି ବିରୋଧରେ ବିଜୟୀ ହୋଇଥିଲେ । ସେତେବେଳକୁ ବିଜେପି କେନ୍ଦ୍ରରେ ଶାସନ କ୍ଷମତାକୁ ଆସିସାରିଥିଲା ଏବଂ ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ହୋଇସାରିଥିଲେ । ତେବେ କୌତୁହଳର କଥା ଯେ, ସେତେବେଳେ ବିଜେପିକୁ ପ୍ରାୟ 10% ଭୋଟ ମିଳିଥିଲା । 2019 ସାଧାରଣ ନିର୍ବାଚନରେ ପଶ୍ଚିମ ବଙ୍ଗରେ ବିଜେପି ଅଗ୍ରଣୀ ବିରୋଧୀ ଦଳ ରୂପେ ଉଭା ହୋଇଥିଲା ଏବଂ 40% ଭୋଟ ପାଇ ଅସାଧାରଣ ସଫଳତା ହାସଲ କରିଥିଲା ।

ଏହି ଭୋଟ କ’ଣ କେବଳ ଲୋକପ୍ରିୟତା ବଳରେ ମିଳିଥିଲା ? ନା ବାମ ସାମ୍ମୁଖ୍ୟର ଭୋଟ ଭାଗ 27%ରୁ ଖସି ମାତ୍ର 7.5%ରେ ପହଞ୍ଚିବା ଯୋଗୁଁ କିମ୍ବା କଂଗ୍ରେସର ଭୋଟ ଭାଗ ପ୍ରାୟ 7% ଏବଂ ତୃଣମୂଳର ପ୍ରାୟ 2% ଭୋଟ ହ୍ରାସ ପାଇଥିବା ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା ? ହିନ୍ଦୁ ଓ ବିଦେଶାଗତ ହିନ୍ଦୁ ଭୋଟରଙ୍କ ଉପରେ ବିଜେପି ଧ୍ୟାନକେନ୍ଦ୍ରିତ କରିଥିଲା ଏବଂ ସଫଳତାର ଏହି ସଂଖ୍ୟା ହାସଲ କରିପାରିଥିଲା । ଥରେ ଭୋଟ ଧ୍ରୁବୀକରଣ ହୋଇଯିବା ପରେ ବିଜେପି ସପକ୍ଷରେ ଆଉ ଯେଉଁ କାରଣଟି ଯାଇଥିଲା, ତାହା ହେଲା 2016ରୁ 2019 ମଧ୍ୟରେ ବହୁସଂଖ୍ୟକ ବାମ ସାମ୍ମୁଖ୍ୟ ସମର୍ଥକ ଭୋଟର ବିଜେପି ପକ୍ଷକୁ ଆସିଗଲେ ।

ମୋଟାମୋଟି ଆକଳନ ଅନୁସାରେ ପ୍ରାୟ ଏକ କୋଟି ବାମପନ୍ଥୀ ସମର୍ଥକ ଭୋଟର ବିଜେପି ପଟକୁ ଢଳିଥିଲେ । ଏହାର ଫଳାଫଳ ହେଲା ଯେ, 2019 ଲୋକସଭା ନିର୍ବାଚନରେ ବିଜେପି ସର୍ବଶ୍ରେଷ୍ଟ ପ୍ରଦର୍ଶନ କରି 18ଟି ଆସନ ଅକ୍ତିଆର କରିଥିଲା । ଭୋଟ ଧ୍ରୁବୀକରଣ ସହିତ ସମାନ୍ତରାଳ ଭାବରେ ପଶ୍ଚିମ ବଙ୍ଗରେ ଆଉ ଏକ ଭ୍ରାନ୍ତ ଧାରଣା ରହିଆସିଛି ଯେ ସଂଖ୍ୟାଲଘୁ ମୁସଲମାନମାନେ ବିଜେପିକୁ ଭୋଟ ଦିଅନ୍ତି ନାହିଁ । ନିଶ୍ଚିତ ଭାବରେ ଏହା ଏକ ବିତର୍କଯୋଗ୍ୟ ପ୍ରସଙ୍ଗ ଯେ, ସତରେ କ’ଣ 2019ରେ ବିଜେପିକୁ ମୁସଲମାନଙ୍କ ଭୋଟ ମିଳିଥିଲା ? ନା ଏହା ବାମ ସାମ୍ମୁଖ୍ୟ ଓ କଂଗ୍ରେସ ଭୋଟରଙ୍କ ଆବରଣ ତଳେ ଗୁପ୍ତ ରହିଥିଲା ? ଯେଉଁ ବାଟରେ ହେଉନା କାହିଁକି, ଶେଷରେ ସଂଖ୍ୟାରେ ହିଁ ଲୋକପ୍ରିୟତା ପ୍ରତିଫଳିତ ହୋଇଥାଏ ।

ଦକ୍ଷିଣ ମାଲଦା ଲୋକସଭା ଆସନରେ 64% ମୁସଲମାନ ଭୋଟଦାତା ଅଛନ୍ତି । 2019 ନିର୍ବାଚନ ଫଳାଫଳରୁ ଜଣାଯାଏ ଯେ, ଏଠାରୁ କଂଗ୍ରେସ 4,44,270 ଭୋଟ (34.73%) ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀ 3,51,353 ଭୋଟ (27.47%) ଭୋଟପ ପାଇଥିଲେ ଏବଂ ବିଜେପି ପାଇଥିଲା 4,36,048 (34.09%) ଭୋଟ । ଜଙ୍ଗିପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ମୁସଲମାନ ଭୋଟରଙ୍କ ସଂଖ୍ୟା ପ୍ରାୟ 82% । ଏଠାରୁ ବିଜେପି ପ୍ରାର୍ଥୀ 24.3% ଭୋଟ ପାଇଥିଲେ । ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ 43.15% ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ 19.61% ଭୋଟ ମିଳିଥିଲା ।

ଏହି ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀର ସଂଖ୍ୟା ହିଁ ଅନ୍ୟ ଆସନ ସଂପର୍କରେ ସମ୍ୟକ୍‌ ସୂଚନା ପ୍ରଦାନ କରେ । ପ୍ରକୃତରେ, 2011 ଜନଗଣନା ଏବଂ ପରବର୍ତ୍ତୀ ସମୟର ଆକଳନକୁ ବିଚାର କଲେ, ପଶ୍ଚିମ ବଙ୍ଗର 30%ରୁ ଅଧିକ ମୁସଲମାନ ଭୋଟଦାତା 102ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଫଳାଫଳକୁ ପ୍ରଭାବିତ କରିବାରେ ସମର୍ଥ ।

ମୋଟାମୋଟି ହିସାବରେ ଏହା ରାଜ୍ୟ ବିଧାନସଭାର 35% ଆସନକୁ ସୂଚାଏ । 2019 ନିର୍ବାଚନରେ ସୁଫଳ ହାସଲ କରିବା ପରେ ବିଜେପି ଯେ ଏଥର କେବଳ ହିନ୍ଦୁ ଭୋଟରେ ନିଜକୁ ସୀମିତ ରଖିବ, ଏହା ଭାବିବା ଠିକ ନୁହେଁ । ‘ଧର୍ମନିରପେକ୍ଷ’ ମମତା ବାନାର୍ଜୀଙ୍କ ବିରୋଧରେ ଏହାର ଲଢ଼େଇରେ ଯେଉଁ କେତେକ ମୁସଲମାନ ଭୋଟ ହାସଲ ହୋଇପାରୁଛି, ତାହା ଦଳ ପାଇଁ ଏକ ସ୍ବାଗତଯୋଗ୍ୟ ବ୍ୟତିକ୍ରମ ।

ଗୋଟିଏ ପଟେ ନିର୍ବାଚନ ପାଇଁ ଏଆଇଏମ୍‌ଆଇଏମ୍‌ର ସଜବାଜ ଏବଂ ଅନ୍ୟପଟେ ଲୋକପ୍ରିୟାତା ଦୃଷ୍ଟିରୁ ବେଶ୍‌ ପ୍ରଭାବଶାଳୀ ଫୁରଫୁରା ଶରିଫ ସଂପ୍ରଦାୟର ପିରଜାଦାମାନଙ୍କ ସମର୍ଥନ ସହିତ ଆବାସ ସିଦ୍ଦିକିଙ୍କ ପ୍ରସ୍ତୁତି ଅବ୍ୟାହତ ରହିଥିବା ବେଳେ ପଶ୍ଚିମ ବଙ୍ଗର ମୁସଲମାନ ସଂପ୍ରଦାୟ ଆଉ ଏଣିକି ‘ଭୋଟ୍‌ ବ୍ୟାଙ୍କ’ ରୂପେ ବିବେଚିତ ନ ହେବା ଲାଗି ପ୍ରସ୍ତୁତ ହେଲେଣି । ତେବେ, ଭୋଟ୍‌ ବ୍ୟାଙ୍କ ରୂପରେ ନୁହେଁ, ସେମାନଙ୍କୁ କେବଳ ଭୋଟଦାତା ଭାବରେ ଗ୍ରହଣ କରିବା ଲାଗି ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତ ହେଲେଣି କି ? 2021 ବଙ୍ଗଳା ନିର୍ବାଚନର ଅଙ୍କଗଣିତ ଦିନକୁ ଦିନ ରୋଚକ ହେବାରେ ଲାଗିଛି ।

ଦୀପଙ୍କର ବୋଷ, ନ୍ୟୁଜ୍‌ କୋଅର୍ଡିନେଟର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.