ନୂଆଦିଲ୍ଲୀ: କୋରୋନା ସଙ୍କଟ ସମୟରେ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ସବୁଠାରୁ ଲାଭଦାୟକ ହୋଇଛି । ଏହି ଆପକୁ ମୋବାଇଲରେ ଡାଉନଲୋଡ୍ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 2 କୋଟି ଲୋକ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିଛନ୍ତି । ଏହି ଆପ୍ ଡାଉନଲୋଡ କରିବା ସମସ୍ତ ବେସରକାରୀ ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ କରିବା ପାଇଁ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
ଏହି ଆପ୍ ଆଣ୍ଡ୍ରଏଡ ଏବଂ ଆଇଓଏସ ମୋବାଇଲରେ ଡାଉନଲୋଡ ହୋଇପାରିବ । ଏହି ଆପ୍ ମାଧ୍ୟମରେ, ଆମେ ଜାଣିପାରିବା ଯେ ଆମ ଚାରିପାଖରେ କିଏ ଏବଂ କେତେ ଲୋକ କୋରୋନା ସଂକ୍ରମିତ ଅଛନ୍ତି ।
ଯଦି ଆରୋଗ୍ୟ ସେତୁ ଆପ୍ ରେ ଏକ ସବୁଜ ଜୋନ୍ ଦେଖାଏ, ତେବେ ଏହାର ଅର୍ଥ ଆପଣ ଏକ ସୁରକ୍ଷିତ ସ୍ଥାନରେ ଅଛନ୍ତି ଏବଂ ଯଦି ହଳଦିଆ ଜୋନ୍ ଦେଖାଯାଏ, ତେବେ ଏହାର ଅର୍ଥ ଆପଣଙ୍କ ଚାରିପାଖରେ କିଛି କୋରୋନା ସଂକ୍ରମିତ ବ୍ୟକ୍ତି ଅଛନ୍ତି । ଏନେଇ କିଛି ଲୋକ କହିଛନ୍ତିଯେ, ଯେତେବେଳେ ବି ସେମାନେ ଘରୁ ବାହାରକୁ ଯାଆନ୍ତି, ସେମାନେ ଆରୋଗ୍ୟ ସେତୁ ଆପରୁ ସୂଚନା ପାଇଥା’ନ୍ତି ଯେ, ସେମାନଙ୍କ ଚାରିପାଖରେ କୋରୋନା ସଂକ୍ରମିତ ବ୍ୟକ୍ତି ଅଛନ୍ତି କି ନାହାଁନ୍ତି ବୋଲି ।
ଶାହାଦାର ବାସିନ୍ଦା ରାହୁଲ ଭରଦ୍ୱାଜ କହିଛନ୍ତି ଯେ, ଆରୋଗ୍ୟ ସେତୁ ଆପ୍ ବିଷୟରେ ସୂଚନା ପାଇବା ମାତ୍ରେ ସେ ଏହାକୁ ଡାଉନଲୋଡ୍ କରିଥିଲେ ଏବଂ ସେ ଏହାକୁ ପ୍ରତିଦିନ ଯାଞ୍ଚ କରିଥା’ନ୍ତି। ଯଦି କୌଣସି ବ୍ୟକ୍ତି ଏଥିରେ ଆସନ୍ତି, ତେବେ ବିପ୍ କରି ଏକ ଶବ୍ଦ ମଧ୍ୟ ଆସେ ।
ଆରୋଗ୍ୟ ସେତୁ ଆପ୍ ହିନ୍ଦୀ ଏବଂ ଇଂରାଜୀ ସମେତ 11ଟି ଭାଷାରେ ଉପଲବ୍ଧ ଏବଂ ଏଥିରେ ଆମେ ଆମ ଚାରିପାଖରେ 10 କିମି ପର୍ଯ୍ୟନ୍ତ ଅଞ୍ଚଳ ବିଷୟରେ ସୂଚନା ପାଇପାରିବା। ଏହାକୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରାଯାଇପାରିବ । ଏଥିପାଇଁ ମୋବାଇଲରେ ଲୋକେସନ ବ୍ଲୁଟୁଥ୍ ଏବଂ ଡାଟା ରହିବା ଆବଶ୍ୟକ । ଏଥିପାଇଁ ମୋବାଇଲ୍ ନମ୍ବରରେ ଏହାକୁ ପଞ୍ଜୀକୃତ କରିବାକୁ ପଡିବ । କୋରୋନା ସଂକ୍ରମଣ ସମୟରେ ଆରୋଗ୍ୟ ସେତୁ ଆପ୍ ଅଙ୍ଗରକ୍ଷୀ ଭାବରେ କାର୍ଯ୍ୟ କରୁଛି ।