ETV Bharat / bharat

ଅଗଷ୍ଟ 10ରୁ ମଣିପୁର ବିଧାନସଭା ଅଧିବେଶନ

author img

By

Published : Jul 24, 2020, 6:03 PM IST

ମଣିପୁର ରାଜ୍ୟପାଳ ନଜମା ହେପତୁଲ୍ଲା କ୍ୟାବିନେଟର ସୁପାରିଶ କ୍ରମେ ବିଧାନସଭା ଅଧିବେଶନ ଡାକିଛନ୍ତି । ଏହି ଅଧିବେଶନ ଇମ୍ଫାଲ ସ୍ଥିତ ବିଧାନସଭା ଗୃହରେ ଅନୁଷ୍ଠିତ ହେବ ।

ମଣିପୁର ବିଧାନସଭା
ମଣିପୁର ବିଧାନସଭା

ଇମ୍ଫାଲ: କୋରୋନା ମହାମାରୀ ଯୋଗୁଁ ବିଭିନ୍ନ ରାଜ୍ୟର ବିଧାନସଭା ଅଧିବେଶନକୁ ନେଇ ଅନିଶ୍ଚତତା ଲାଗିରହିଛି । ଇତି ମଧ୍ୟରେ ମଣିପୁର ବିଧାନସଭାର ମୌସୁମୀ ଅଧିବେଶନ ଅଗଷ୍ଟ 10ରୁ ଆରମ୍ଭ ହେବ ବୋଲି ଜଣାପଡିଛି । ମଣିପୁର ରାଜ୍ୟପାଳ ନଜମା ହେପତୁଲ୍ଲା କ୍ୟାବିନେଟର ସୁପାରିଶ କ୍ରମେ ବିଧାନସଭା ଅଧିବେଶନ ଡାକିଛନ୍ତି । ଏହି ଅଧିବେଶନ ଇମ୍ଫାଲ ସ୍ଥିତ ବିଧାନସଭା ଗୃହରେ ଅନୁଷ୍ଠିତ ହେବ ।

ତେବେ ବିଧାନସଭାର 11ତମ ଅଧିବେଶନ ମହାମାରୀ କୋରୋନା ଯୋଗୁଁ ସଂକ୍ଷିପ୍ତ ହୋଇପାରେ । ଅଧିବେଶନ ପୂର୍ବରୁ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । ତେବେ ସାମାଜିକ ଦୂରତାକୁ ସଠିକ୍ ଭାବରେ ପାଳନ କରାଯାଇ ଅଧିବେଶନ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.