ETV Bharat / bharat

କୁଲଗାମରେ ପୋଲିସ ପାର୍ଟି ଉପରେ ଆତଙ୍କୀ ଆକ୍ରମଣ, ସାଧାରଣ ନାଗରିକ ଗୁରୁତର - ଜମ୍ମୁରେ ଆତଙ୍କୀ ଆକ୍ରମଣ

କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ପୋଲିସ ପାର୍ଟି ଉପରକୁ ଗୁଳି ମାଡ କରିଛନ୍ତି। ଏହି ଆକ୍ରମଣରେ ଜଣେ ସ୍ଥାନୀୟ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

କୁଲଗାମରେ ପୋଲିସ ପାର୍ଟି ଉପରେ ଆତଙ୍କୀ ଆକ୍ରମଣ

author img

By

Published : Jun 4, 2020, 5:53 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ପୋଲିସ ପାର୍ଟି ଉପରକୁ ଗୁଳି ମାଡ କରିଛନ୍ତି। ଏହି ଆକ୍ରମଣରେ ଜଣେ ସ୍ଥାନୀୟ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାନୁସାରେ, ଆତଙ୍କବାଦୀମାନେ କୁଲଗାମର ୟାରିପୋରା ଅଞ୍ଚଳରେ ସ୍ଥାନୀୟ ପୋଲିସ ଷ୍ଟେସନର ଏସଏଚଚଓ ସମେତ ଅନେକ ପୋଲିସ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ । କାଶ୍ମୀର ଆଇଜିପି କହିଛନ୍ତି, 'ଆତଙ୍କବାଦୀମାନେ ୟାରିପୋରାରେ ପୋଲିସ ଗାଡି ଉପରକୁ ଗୁଳି ଚଳାଇଥିଲେ, ଯେଉଁଥିରେ ସୁରକ୍ଷା ବାହିନୀ କଡା ଜବାବ ଦେଇଥିଲେ । ଏହି ଗୁଳି ବିନିମୟରେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ଆହତ ଇମତିଆଜ ଅହମ୍ମଦ ବୋଲି ଜଣାପଡିଛି । ତାଙ୍କ ଛାତିରେ ଗୁଳି ବାଜିଛି । ଗୁରୁତର ଅବସ୍ଥା ଯୋଗୁଁ ତାଙ୍କୁ ଚିକିତ୍ସା ପାଇଁ ଜିଏମସି ଅନନ୍ତନାଗକୁ ପଠାଯାଇଛି।

ଇନ୍ସପେକ୍ଟର ଜେନେରାଲ କାଶ୍ମୀର ରେଞ୍ଜ ବିଜୟ କୁମାର କହିଛନ୍ତି, ଏକ ଗାଡିରେ ଥିବା ଆତଙ୍କୀମାନେ ବଜାରରେ ପୋଲିସ ପାର୍ଟି ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ କୌଣସି ପୋଲିସ କର୍ମଚାରୀ ଆହତ ହୋଇନାହାଁନ୍ତି, ଯଦିଓ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.