ଶ୍ରୀନଗର: ଦୀର୍ଘ ଦିନ ଧରି ସୀମାରେ ଲାଗି ରହିଛି ଉତ୍ତେଜନା । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଗୁଳିବିନିମୟ । ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଛି । ଏହି ଗୁଳିବିନିମୟ ଜମ୍ମୁକାଶ୍ମୀର ବାରମୁଲ୍ଲା ଜିଲ୍ଲାରେ ହୋଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ମଙ୍ଗଳବାର ରାତିରେ ଜମ୍ମୁ କାଶ୍ମୀରର ସୋପୋରେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଏହି ସମୟରେ ଉକ୍ତ ଅଞ୍ଚଳରେ ଆତଙ୍କୀ ଉପସ୍ଥିତି ବିଷୟରେ ଗୁଇନ୍ଦା ବିଭାଗରୁ ଖବର ମିଳିବା ପରେ ସୁରକ୍ଷାକର୍ମୀ ମାନେ ଗୁଳିବିନିମୟ ଆରମ୍ଭ କରିଥିଲେ ।
ତେବେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏହି ଗୁଳିବିନିମୟରେ ପ୍ରାଣ ହରାଇଥିବା ଆତଙ୍କୀର କୌଣସି ପରିଚୟ ମିଳିନାହିଁ । ମୃତଦେହ ଚିହ୍ମଟ ପରେ ବ୍ୟବଚ୍ଛେଦ ପାଇଁ ନିଆଯିବ ବୋଲି ସୂଚନା ମିଳିଛି ।