ETV Bharat / bharat

ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ, ଜଣେ ଯବାନ ଆହତ - ସିଆରପିଏଫ

ଶନିବାର ସିଆରପିଏଫର ଏକ ବଙ୍କର ଉପରକୁ ଗ୍ରେନେଡ ମାଡ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ସିଆରପିଏଫର ଜଣେ ଯବାନ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Mar 30, 2019, 7:37 PM IST

Updated : Mar 30, 2019, 8:11 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଶନିବାର ସିଆରପିଏଫର ଏକ ବଙ୍କର ଉପରକୁ ଗ୍ରେନେଡ ମାଡ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ସିଆରପିଏଫର ଜଣେ ଯବାନ ଆହତ ହୋଇଛନ୍ତି। ତେବେ ଘଟଣା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡିଛି।

ସୂଚନା ମୁତାବକ, ଶନିବାର ଅପରାହ୍ନ ପ୍ରାୟ ସାଢେ 3 ଟା ସମୟରେ ପୁଲୱାମାସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଶାଖା ନିକଟରେ ଥିବା ସିଆରପିଏଫ ବଙ୍କର ଉପରକୁ ଗ୍ରେନେଡ ମାଡ ହୋଇଥିଲା। ଏହି ବ୍ଲାଷ୍ଟରେ ସିଆରପିଏଫର ଜଣେ ଯବାନ ଆହତ ହୋଇଥିଲେ । ତେବେ ପୁଲୱାମା ପୋଲିସ ଏବଂ ସେନା ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେପଟେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ଥିବାରୁ ଆଖପାଖ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।

ଏହା ପୂର୍ବରୁ ଶନିବାର ସକାଳେ ଶ୍ରୀନଗର ବାନିହାଲ ହାଇୱେରେ କାର ବିସ୍ଫୋରଣ ଘଟିଥିଲା। ସିଆରପିଏଫର 54 ବାଟାଲିୟନ ହାଇୱେ ଦେଇ ଯିବା ସମୟରେ ଏହି ଘଟଣା ଘଟିଥିଲା। ବିସ୍ଫୋରଣରେ ସିଆରପିଏଫର ଉକ୍ତ ଗାଡ଼ିଟି ସାମାନ୍ୟ ପ୍ରଭାବିତ ହୋଇଥିବା ବେଳେ ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଥିଲା। ତେବେ ଗ୍ୟାସ ସିଲିଣ୍ଡର ଯୋଗୁଁ କାରରେ ବ୍ଲାଷ୍ଟ ହୋଇଥିଲା ।

sample description
Last Updated : Mar 30, 2019, 8:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.