ଶ୍ରୀନଗର: ଜମ୍ମୁ କାଶ୍ମୀର ବାରାମୁଲ୍ଲାରେ ଗ୍ରେନେଡ ମାଡ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣ ସେନା ଗାଡିକୁ ଲକ୍ଷ୍ୟକରି କରାଯାଇ ଥିବାବେଳେ ଏଥିରେ ଦୁଇ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଉଭୟ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଆଜି ବାରାମୁଲ୍ଲା ଜିଲ୍ଲାର ସୋପୋର ଅଞ୍ଚଳରେ ସେନା ଗାଡିକୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଥିଲେ । କିନ୍ତୁ ଏହା ସେନା ଗାଡିକୁ ଟାର୍ଗେଟ କରି ପାରିନଥିବା ଜଣାପଡିଛି । ଏଥିରେ 2 ଜଣ ସ୍ଥାନୀୟ ନାଗରିକ ଆହତ ହୋଇଥିବା ସୂଚନା ରହିଛି ।
ଏହି ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ଭାରତୀୟ ସେନା । ସ୍ଥାନୀୟ ଅଞ୍ଚଳରେ ହାଇଆଲର୍ଟ ଜାରି କରିବା ସହ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ରହିଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ