ଶ୍ରୀନଗର: ଜାମ୍ମୁ-କାଶ୍ମୀର ପୋଲିସକୁ ସଫଳତା । ସୋମବାର କାଶ୍ମୀର ଉପତ୍ୟକାରେ ଦୁଇଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି କାଶ୍ମୀର ପୋଲିସ ।
କାଶ୍ମୀର ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀଙ୍କ ଦ୍ୱାରା ଷଡଯନ୍ତ୍ର ଚାଲିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ । ଏହି ଦୁଇ ଆତଙ୍କବାଦୀ ପାକିସ୍ତାନ ବୁଦ୍ଧଗାମର ଜୈଶ-ଏ-ମହମ୍ମଦର ବୋଲି ଜଣାପଡିଛି । ସେମାନେ କାଶ୍ମୀରରୁ ଅନ୍ତର୍ଜାତୀୟ ସୀମା ବିଜୟପୁର(ସାମ୍ବା)କୁ ଗୁପ୍ତଚର ଭାବରେ ଯାତ୍ରା କରିଥିଲେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଗିରଫ ଦୁଇ ଆତଙ୍କବାଦ ହେଲେ ବିଜବେହାରା, ଅନନ୍ତନାଗର ବାସିନ୍ଦା ଉମର ଅହମ୍ମଦ ମାଲିକ ଏବଂ ସୁହାଇଲ ଅହମ୍ମଦ ମାଲିକ । ସେମାନଙ୍କଠାରୁ ବିପୁଳ ପରିମାଣକ ଗୁଳି ଓ ଅସ୍ତ୍ରଶସ୍ତ୍ର ଜବତ କରିଛି କାଶ୍ମୀର ପୋଲିସ ।
ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୁଳିରେ ଦୁଇଟି ଏକେ-74, ପିସ୍ତଲ (1), ଗ୍ରେନେଡ (16)ଟି, ଏକେ-ମାଗାଜିନ (9)ଟି, ଅଫୁଟା ଗୁଳି 269ଟି ପିସ୍ତଲ ଏବଂ ଦୁଇଟି ପତ୍ରିକା ରହିଥିବା ଜଣାପଡିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି କାଶ୍ମୀର ପୋଲିସ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ