ETV Bharat / bharat

ଇଦ୍‌ ପାଇଁ ଛୁଟିରେ ଆସି ଆତଙ୍କୀ ଗୁଳିରେ ଯବାନ ଶହୀଦ - anantnag

ଅନନ୍ତନାଗ ଜିଲ୍ଲାର ସାଦୁରା ଗ୍ରାମରେ  ଟେରିଟୋରିଆଲ ଆର୍ମିର ଜଣେ ଯବାନ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଛନ୍ତି । ସେ ଇଦ୍‌ ପାଳନ ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ କିଛି ଆତଙ୍କବାଦୀ ତାଙ୍କ ଘରେ ପଶି ଗୁଳି କରିଥିଲେ ।

ଫାଇଲ ଫଟୋ
author img

By

Published : Jun 7, 2019, 9:03 AM IST

Updated : Jun 7, 2019, 9:31 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ଅନନ୍ତନାଗ ଜିଲ୍ଲାର ସାଦୁରା ଗ୍ରାମରେ ଟେରିଟୋରିଆଲ ଆର୍ମିର ଜଣେ ଯବାନ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଛନ୍ତି । ସେ ଇଦ୍‌ ପାଳନ ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ କିଛି ଆତଙ୍କବାଦୀ ତାଙ୍କ ଘରେ ପଶି ଗୁଳିକରିଥିଲେ । ତେବେ ଗୁଳିକାଣ୍ଡ ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସେପଟେ ଘଟଣା ପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳରେ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେଶନ ଚଳାଇଥିଲେ ।

ସୂଚନା ମୁତାବକ, ମୃତ ଯବାନ ମଞ୍ଜୁର ଅହମଦ ବେଗ କିଛି ଦିନରୁ ସେନାର ରାଷ୍ଟ୍ରୀୟ ରାଇଫଲ ସହ ମିଳିତ ଭାବରେ କାମ କରୁଥିଲେ । ସେ କାଶ୍ମୀର ଘାଟିରେ ନିୟୋଜିତ ଥିବା ବେଳେ କିଛି ଦିନ ପୂର୍ବରୁ ଇଦ୍‌ ପାଇଁ ଛୁଟି ନେଇ ଘରକୁ ଆସିଥିଲେ । ତେବେ ଗୁରୁବାର ସନ୍ଧ୍ୟାରେ କିଛି ଆତଙ୍କବାଦୀ ତାଙ୍କ ଘରେ ପଶି ଗୁଳି କରିଥିଲେ । ଘଟଣା ପରେ ତାଙ୍କୁ ତୁରନ୍ତ ଅନନ୍ତନାଗର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ସେ ପ୍ରାଣ ହରାଇଥିଲେ ।

Intro:Body:

hdhdf

Conclusion:
Last Updated : Jun 7, 2019, 9:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.