ବେଙ୍ଗାଲୁରୁ: ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଆଜିବି ଅନେକ ଅନୁପ୍ରାଣିତ ହେଉଛନ୍ତି । ତେବେ ଗାନ୍ଧୀଙ୍କର ସତ୍ୟ, ଅହିଂସା ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ପ୍ରଚାର କରୁଛି କର୍ଣ୍ଣାଟକର ଏକ ମନ୍ଦିର । ଯେଉଁଠାରେ ମହାତ୍ମା ଗାନ୍ଧୀଙ୍କର ମୂର୍ତ୍ତିକୁ ପୂଜା କରାଯାଇଥାଏ ।
ମାଙ୍ଗାଲୁରୁର ଗରୋଡ଼ ଅଞ୍ଚଳରେ ଏକ ମନ୍ଦିର ରହିଛି, ଯେଉଁଠାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିକୁ ପୂଜା କରାଯାଏ । ମନ୍ଦିରର ପୂଜାରୀ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ପୂଜା କରାଯାଇଥାଏ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ହେଉଛି ଯେ, ଗାନ୍ଧିଜୀଙ୍କୁ କଦଳୀ, ଚାହା, କଫି ଦେଇ ପୂଜା କରାଯାଇଥାଏ ।
ତେବେ ଏହି ମନ୍ଦିରକୁ ପୂଜା କରିବାକୁ ଆସୁଥିବା ଭକ୍ତ ପ୍ରକାଶ ଗଡୌଡି କହିଛନ୍ତି ଯେ, ଏହା ହେଉଛି ଦେଶପ୍ରେମର ନିଦର୍ଶନ । 1948 ମସିହାରେ ଗାନ୍ଧିଜୀଙ୍କ ପାଇଁ ଏହି ସ୍ବତନ୍ତ୍ର ଧର୍ମସ୍ଥଳ ପ୍ରସ୍ତୁତ କରାଯାଇଥିଲା । ଏଠାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି 2006 ମସିହାରେ ପ୍ରତିଷ୍ଠା କରାଯାଇଥିଲା ।
ଏହି ମନ୍ଦିରକୁ ଅନେକ ଯୁବକ ଆସିଥାନ୍ତି । ଏଠାକୁ ଆସି ସେମାନେ ଗାନ୍ଧୀଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥାନ୍ତି । ଏହା ସହିତ ଏହା ସ୍ବଚ୍ଛତା ପ୍ରତି ମଧ୍ୟ ଲୋକମାନଙ୍କୁ ସଚେତନ କରାଇଥାଏ ବୋଲି ପ୍ରକାଶ କୁହନ୍ତି ।