ETV Bharat / bharat

ରାଜସ୍ଥାନରେ ପୂଜାରୀଙ୍କୁ ପେଟ୍ରୋଲ ଢାଳି ହତ୍ୟା - ରାଜସ୍ଥାନ ପୂଜାରୀ ହତ୍ୟା

ରାଜସ୍ଥାନର କୌରଲୀରେ ଜଣ ପୂଜାରୀଙ୍କୁ ଜୀଅନ୍ତା ଜଳାଯାଇଥିବା ଖବର ସାମ୍ନାକୁ ଆସିଛି । ଘଟଣାକୁ କଡା ନିନ୍ଦା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଧିକ ପଢନ୍ତୁ...

ରାଜସ୍ଥାନରେ ପୂଜାରୀଙ୍କୁ ପେଟ୍ରୋଲ ଢାଲି ହତ୍ୟା

author img

By

Published : Oct 9, 2020, 4:48 PM IST

ଜୟପୁର: ମହାରାଷ୍ଟ୍ରର ପାଲଘର ମାମଲା ମନରୁ ଲିଭିନଥିବା ବେଳେ ରାଜସ୍ଥାନର କୌରଲୀରେ ଜଣ ପୂଜାରୀଙ୍କୁ ଜୀଅନ୍ତା ଜଳାଯାଇଥିବା ଖବର ସାମ୍ନାକୁ ଆସିଛି । ଏହାପରେ ପୂଜାରୀ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ସେ ଠାରେ ତାଙ୍କର ମୃତ୍ୟୁ ହୋଇଛି ।

ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ଆକ୍ରୋଶର ମାହୋଲ ରହିଛି । ଲୋକଙ୍କ କହିବା ଅନୁଯାୟୀ ରାଜସ୍ଥାନର ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସେପଟେ ଦୁଇ ପକ୍ଷଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି ।

ଏହି ସମ୍ପୂର୍ଣ୍ଣ ଘଟଣା କରୌଲୀର ସପୋଟରା ଥାନାଞ୍ଚଳର ବୋଲି ଜଣାପଡିଛି । ଏଠାରେ ଥିବା ମନ୍ଦରରେ 50 ବର୍ଷିୟ ବାବୁଲାଲ ବୈଷ୍ଣବ ପୂଜା କରୁଥିଲେ । ତେବେ ଏହି ଜମି ଉପରେ ତାଙ୍କର ହିଁ ଅଧିକାର ରହିଥିଲା । ହେଲେ କିଛି ପ୍ରଭାବଶାଳୀ ବ୍ୟକ୍ତି ଏହି ଜମି ହଡପ କରିବା ଉଦ୍ଦେଶ୍ୟରେ ପୂଜାରୀ ଉପରେ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଥିବା କୁହାଯାଉଛି ।

ଘଟଣାକୁ କଡା ନିନ୍ଦା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ତେବେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.