ହାଇଦ୍ରାବାଦ: ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ତେଲଙ୍ଗାନା ଗୃହମନ୍ତ୍ରୀ । ତେଲଙ୍ଗାନାର ଏକ ଘରୋଇ ବିଦ୍ୟାଳୟ ହଷ୍ଟେଲର ଖାଦ୍ୟ ଖାଇ 40ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ ଗୃହମନ୍ତ୍ରୀ ମହମ୍ମଦ ମହମୁଦ୍ ଅଲ୍ଲୀ ଡାକ୍ତରଖାନା ଯାଇ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ।
ତେବେ ହଷ୍ଟେଲ ଛାତ୍ରଛାତ୍ରୀ ରବିବାର ବାପା ମା’ଙ୍କୁ ଭେଟିବା ସମୟରେ ବାହାରୁ ଖାଦ୍ୟ ମଗାଇ ଖାଇ ଅସୁସ୍ଥ ହୋଇଥିବା ଏକ କାରଣ ହୋଇପାରେ ବୋଲି ଗୃହମନ୍ତ୍ରୀ କହିଥିଲେ । ଯଦି ଏହା ନହୋଇଥାଏ ତେବେ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ଏଥିସହ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ନେଇ ଗୃହମନ୍ତ୍ରୀ କହିଛନ୍ତି ।
ଏପଟେ ନିଲଓଫର ମେଡିକାଲ ସୁପରିଟେଣ୍ଡେଣ୍ଟ ମୁରଲି କୃଷ୍ଣାଙ୍କ ଅନୁଯାୟୀ, ଫୁଡ୍ ପଏଜନିଂ କାରଣରୁ ହଷ୍ଟେଲ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ ।
ପ୍ରକାଶ ଥାଉକି ସୋମବାର ତେଲଙ୍ଗାନାର ଏକ ଘରୋଇ ବିଦ୍ୟାଳୟର ହଷ୍ଟେଲର ବିଷାକ୍ତ ଖାଦ୍ୟ ଖାଇ 40ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।