ନୂଆଦିଲ୍ଲୀ: ଆସିଛି ହ୍ବାଟ୍ସଆପ୍ର ନୂଆ ପ୍ରତିଯୋଗିତା । ଟେଲିଗ୍ରାମରେ ଲଞ୍ଚ ହୋଇଥିବା ନୂଆ ଅପଡେଟ ୟୁଜର୍ସଙ୍କୁ ହ୍ବାଟ୍ସଆପ୍ରୁ ବାହାରି ଟେଲିଗ୍ରାମ ଆଡକୁ ଆକର୍ଷିତ କରିବା ବୋଲି କମ୍ପାନୀ ଆଶା କରିଛି । ଏହି ନୂଆ ଅପଡେଟରେ ରହିଛି ପ୍ରୋଫାଇଲ ଭିଡିଓ, ପିପୁଲ ନିଅରବାଏ ଫିଚର ଓ 2ଜିବିରୁ ଅଧିକ ଡାଟା ତଥା ଅନଲିମିଟେଡ ଫାଇଲ ଶେୟାରିଂର ଅପ୍ସନ । ଯାହା ଟେଲିଗ୍ରାମକୁ ରାତାରାତି ଲୋକପ୍ରିୟତା ୟୋଗାଇବ ବୋଲି ଆଶା କରାଯାଉଛି ।
ସୂଚନା ମୁତାବକ ଟେଲିଗ୍ରାମରେ ଆଡ ହୋଇଥିବା ନୂଆ ଅପଡେଟରେ ୟୁଜର୍ସ ଚାହିଁଲେ ପ୍ରୋଫାଇଲ ଫଟୋ ଜାଗାରେ ପ୍ରୋଫାଇଲ ଭିଡିଓ ରଖିପାରିବେ । ଅନ୍ୟ କୌଣସି ୟୁଜର୍ସ ଆପଣଙ୍କ ପ୍ରୋଫାଇଲକୁ ଚେକ କଲେ ଏହି ଭିଡିଓ ପ୍ଲେ ହୋଇଥାଏ । ତେବେ ଆବଶ୍ୟକମୁତାବକ ଚାଟରେ ଡିସପ୍ଲେ ପାଇଁ ମଧ୍ୟ ୟୁଜର୍ସ ଭିଡିଓର ଏକ ନିର୍ଦ୍ଦିଷ୍ଟ ଫ୍ରେମକୁ ସେଭ କରିପାରିବେ । ଏନେଇ କମ୍ପାନୀ ସୂଚନା ଦେଇଛି ।
ତେବେ କ’ଣ ରହିଛି ଟେଲିଗ୍ରାମର ନୂଆ ଅପଡେଟ, ଜାଣନ୍ତୁ:
(ଫଟୋ- ଟେଲିଗ୍ରାମରେ ଆସିଛି ନୂଆ ଆକର୍ଷଣୀୟ ଅପଡେଟ)

ହ୍ବାଟ୍ସଆପର ସବୁଠାରୁ ନିକଟତର ପ୍ରତିଦ୍ବନ୍ଦୀ ଟେଲିଗ୍ରାମରେ ନୂଆ ଫିଚର ସଗ ଡେସ୍କଟପ ଟେଲିଗ୍ରାମରେ ମଧ୍ୟ ଯୋଜି ହୋଇଛି କିଛି ନୂଆ ଅପ୍ସନ । ଏଣିକି ଡେସ୍କଟପରେ ୟୁଜର୍ସ ଚାହିଁଲେ ଏକାଧିକ ଟେଲିଗ୍ରାମ ଆକାଉଣ୍ଟକୁ ଆକ୍ସେସ କରିପାରିବେ । ଏହାପୂର୍ବରୁ 2017 ମସିହାରେ ଫୋନ ପାଇଁ ଏହି ଫିଚର ରୋଲ ଆଉଟ କରିଥିଲା କମ୍ପାନୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାର