ETV Bharat / bharat

20 ଦିନରେ ନିର୍ମାଣ ହେଲା 1500 ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ - 14-storey tower into COVID19 hospital

ତେଲେଙ୍ଗାନା ସରକାର 20 ଦିନ ମଧ୍ୟରେ ସହରର ଗାଚିବୋଲି ସ୍ପୋର୍ଟସ କମ୍ପ୍ଲେକ୍ସରେ ଥିବା 14 ମହଲା ବିଶିଷ୍ଟ ଟାୱାରକୁ 1,500 ଶଯ୍ୟା ବିଶିଷ୍ଟ କୋଭିଡ୍ 19 ସ୍ୱତନ୍ତ୍ର ଡାକ୍ତରଖାନାରେ ପରିଣତ କରିଛନ୍ତି।

COVID19 hospital in 20 days
ମାତ୍ର 20 ଦିନ, 14 ମହଲା ଟାୱାର ହେଲା 1500 ଶର୍ଯ୍ୟାର କୋଭିଡ୍ ହସ୍ପିଟାଲ
author img

By

Published : Apr 22, 2020, 10:22 AM IST

ହାଇଦ୍ରାବାଦ୍: ଦେଶ ଲଢୁଛି କୋରୋନା ଯୁଦ୍ଧ। ଏହି ସମୟରେ ସମସ୍ତେ ଏକଜୁଟ୍ ହୋଇ ପରସ୍ପରକୁ ସହାୟତାର ହାତ ବଢାଇଛନ୍ତି। ତେବେ ତେଲେଙ୍ଗାନା ସରକାର ମଧ୍ୟ ରାଜ୍ୟର ଏପରି ସ୍ଥିତିରେ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି।

ଯାହାର ଉଦାହରଣ ସ୍ବରୂପ ତେଲେଙ୍ଗାନା ସରକାର 20 ଦିନ ମଧ୍ୟରେ ସହରର ଗାଚିବୋଭଲି ସ୍ପୋର୍ଟସ କମ୍ପ୍ଲେକ୍ସରେ ଥିବା 14 ମହଲା ବିଶିଷ୍ଟ ଟାୱାରକୁ 1,500 ଶଯ୍ୟା ବିଶିଷ୍ଟ କୋଭିଡ୍ 19 ସ୍ୱତନ୍ତ୍ର ଡାକ୍ତରଖାନାରେ ପରିଣତ କରିଛନ୍ତି।

2002 ରେ ନିର୍ମିତ ଏହି କ୍ରୀଡା କମ୍ପଲ୍ଲେକ୍ସର ଟାୱାରକୁ 1 ହଜାର କର୍ମଜୀବିଙ୍କ ସହାୟତାରେ 50 ଟି ଇଣ୍ଟେନସିଭ୍ କେୟାର ୟୁନିଟ୍ (ଆଇସିୟୁ) ଶଯ୍ୟାରେ ପରିଣତ କରାଯାଇ ପାରିଛି। ଯାହା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୋଗୀଙ୍କ ରହିବା ପାଇଁ ଲାଭପ୍ରଦ ହେବ।

ତେଲେଙ୍ଗାନା ଷ୍ଟେଟ ମେଡିକାଲ ସର୍ଭିସ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ କର୍ପୋରେସନ (TSMSIDC)ଏହି କାର୍ଯ୍ୟ ହାତକୁ ନେଇ ତିନି ସପ୍ତାହରୁ କମ୍ ସମୟ ମଧ୍ୟରେ ଏହାକୁ ଶେଷ କରିଛନ୍ତି। ସୂଚନା ଥାଉକି, ସୋମବାର ସୁଦ୍ଧା ତେଲେଙ୍ଗାନାରେ କୋଭିଡ୍ 19ର 663 ସକ୍ରିୟ ମାମଲା ରହିଥିଲା ବେଳେ ଏହି ଭୂତାଣୁରେ 23 ଜଣଙ୍କର ମୃତ୍ୟୁ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.