ETV Bharat / bharat

ଏଣ୍ଟ୍ରାନ୍ସ ପରୀକ୍ଷା ବାତିଲ୍ କଲେ ତେଲେଙ୍ଗାନା ସରକାର - common entrance examinations postpones

ତେଲେଙ୍ଗାନା ସରକାର ନିକଟରେ ହେବାକୁ ଥିବା ରାଜ୍ୟର ସମସ୍ତ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Telangana postpones entrance examinations

author img

By

Published : Jul 1, 2020, 7:27 AM IST

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ନିକଟରେ ହେବାକୁ ଥିବା ରାଜ୍ୟର ସମସ୍ତ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରିଛନ୍ତି । କୋରୋନା ମହାମାରୀର ସ୍ଥିତି ଦେଖିବା ପରେ ଆଗାମୀ ଦିନରେ ପ୍ରବେଶିକା ପରୀକ୍ଷା ବିଷୟରେ ସରକାର ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି।

ବୁଧବାର ତେଲେଙ୍ଗାନା ଇଞ୍ଜିନିୟରିଂ, କୃଷି ଏବଂ ଡାକ୍ତରଙ୍କ ପାଇଁ ପ୍ରବେଶିକା ପରୀକ୍ଷା ରହିଥିଲା। ଏହା ପୂର୍ବରୁ ପରୀକ୍ଷା ଏବେ ସାମୟିକ ଭାବରେ ବାତିଲ୍ କରିଛନ୍ତି କେସିଆର ସରକାର।

ତେଲେଙ୍ଗାନା ହାଇକୋର୍ଟରେ ପରୀକ୍ଷା ବାତିଲ୍ କରିବା ପାଇଁ ଏକ ଜନ ସ୍ବାର୍ଥ ମାମଲା ଦାୟର ହେବା ପରେ ତେଲେଙ୍ଗାନା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଛାତ୍ର ସଂଘ ଇଣ୍ଡିଆ ବା ଏନଏସଓ୍ୱାଇର ସଭାପତି ଭେଙ୍କେଟ ବାଲମୋର ଏହି ପିଆଇଏଲ ଦାଖଲ କରିଥିଲେ।

ସୂଚନାଯୋଗ୍ୟ, ଜୁଲାଇ 1ରୁ 3 ପିଜି ପରୀକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଇଞ୍ଜିନିୟରିଂ ପରୀକ୍ଷା ପାଇଁ ଜୁଲାଇ 4ରେ ପରୀକ୍ଷା ହେବ ବୋଲି ଜଣାପଡ଼ିଥିଲା।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.