ହାଇଦ୍ରାବାଦ: ତେଲେଙ୍ଗାନାର ଖମ୍ମମ ଜିଲ୍ଲାରେ 2 ହଜାର ଟଙ୍କାର ନକଲି ନୋଟ ଦେଇ ଜଣେ 54 ବର୍ଷର ବ୍ୟବସାୟୀ ସହ ଅନ୍ୟ 4 ଜଣ ସହଯୋଗୀ ଗିରଫ ହୋଇଛନ୍ତି । ତେବେ ଏହି ନୋଟରେ ଚିଲଡ୍ରେସ ବ୍ୟାଙ୍କ ଅଫ ଇଣ୍ଡିଆ ଲେଖା ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ ଅଭିଯୁକ୍ତ ପୁରୁଣା ନୋଟକୁ 2 ହଜାର ନୋଟର 20 ପ୍ରତିଶତ କମିଶନରେ ବଦଳାଉଥିଲା ।
ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଖମ୍ମମ ପୋଲିସ କମିଶନର ତଫସୀର ଇକବାଲ କହିଛନ୍ତି ଯେ, ଅଭିଯୁକ୍ତଙ୍କ ନିକଟରୁ 350 ଟଙ୍କାର ନକଲି ନୋଟ ବିଡା ଜବତ କରିଛନ୍ତି । ଯାହାର ମୂଲ୍ୟ 7 ହଜାର କୋଟି ହେବ ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତ ଶେଖ ମଦାରର ଦୁଗ୍ଧ ଓ କୁକୁଡା ବ୍ୟବସାୟ ଥିଲା । ଏହାସହିତ ସେ ଗତ 20 ବର୍ଷ ଧରି ଏହି ନକଲି ନୋଟ କାରବାର କରିଆସୁଥିଲା ।
ଜଣେ ପୋଲିସ ଅଧିକାରୀଙ୍କ କହିବାନୂଯାୟୀ, ନିରିହ ଲୋକଙ୍କ ଠାରୁ ଶେଖ ମଦାଦାର ଅସଲି ଟଙ୍କା ନେଇ ନକଲି ନୋଟ ଦେଉଥିଲା । ସେ କହୁଥିଲା ଯେ, ସରକାର 2 ହଜାର ନୋଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି । ଅସଲି ମୁଦ୍ରା ବଦଳରେ ସେ ଲୋକଙ୍କ ଠାରୁ 5ଟି ନୋଟ ନେଉଥିଲା । ତେବେ ଘଟଣାରେ ମଦାରର ସ୍ତ୍ରୀ ଓ ପୁଅ ଫେରାର ରହିଛନ୍ତି ।