ETV Bharat / bharat

କୋରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାର କରି 19 ଜଣଙ୍କ ରିପୋର୍ଟ ପଜିଟିଭ - କୋରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାର

ତେଲେଙ୍ଗାନା ସଂଗାରେଡ୍ଡୀ ଜିଲ୍ଲାର ଜହିରାବାଦ ଅଞ୍ଚଳରେ ଜଣେ କୋରୋନା ପଜିଟିଭ ମହିଳାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା 19 ଜଣ ଲୋକ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।

କୋରୋନା
କୋରୋନା
author img

By

Published : Jun 14, 2020, 3:17 PM IST

ହାଇଦ୍ରାବାଦ: ଅନ୍ତିମ ସଂସ୍କାରରେ ଯୋଗ ଦେବା ପଡିଲା ମହଙ୍ଗା । ଜଣେ କୋରୋନା ପଜିଟିଭ ମହିଳାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା 19 ଜଣ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଘଟଣାଟି ତେଲେଙ୍ଗାନା ସଂଗାରେଡ୍ଡୀ ଜିଲ୍ଲାର ଜହିରାବାଦ ଅଞ୍ଚଳରେ ।

ସୂଚନା ମୁତାବକ, ମୃତ ମହିଳା ଜଣକ ଜହିରାବାଦର ଶାନ୍ତି ନଗର କୋଲୋନୀରେ ରହୁଥିଲେ । ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ଜୁନ 9 ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । କୋରୋନା ଟେଷ୍ଟ କରିବା ପରେ ସେ କୋରୋନାରେ ସଂକ୍ରମିତ ଥିବା ଜଣାପଡିଥିଲା । ତେବେ ହସ୍ପିଟାଲ ପ୍ରଶାସନ ତାଙ୍କର କୋରୋନା ରିପୋର୍ଟକୁ ଅପେକ୍ଷା ନକରି ଏହାପୂର୍ବରୁ ହିଁ ତାଙ୍କ ମୃତଦେହ ପରିବାର ବର୍ଗକୁ ହସ୍ତାନ୍ତର କରିଦେଇଥିଲେ । ମହିଳାଙ୍କ ପରିବାର ବର୍ଗ ଏବଂ ସମ୍ବନ୍ଧୀୟ ଘଟଣା ସହ ଅବଗତ ନଥିବା ହେତୁ ପାରମ୍ପରୀକ ରୀତିନିତିରେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ । ଏଥିରେ ପ୍ରାୟ 25 ଜଣ ଯୋଗ ଦେଇଥିଲେ ।

ତେବେ କିଛିଦିନ ପରେ ଏହି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଲୋକଙ୍କ ମଧିୟରେ କୋରୋନା ଲକ୍ଷଣ ପରିଲକ୍ଷିତ ହୋଇଥିଲା । ପରୀକ୍ଷା କରିବା ପରେ ଶନିବାର 19 ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ସେମାନଙ୍କୁ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.