ETV Bharat / bharat

ତେଲେଙ୍ଗାନାରେ ପାଳନ ହେବ ଗଣେଶ ପୂଜା, ରାଜ୍ୟମନ୍ତ୍ରୀ କଲେ ଘୋଷଣା

author img

By

Published : Aug 9, 2020, 10:18 PM IST

ତେଲେଙ୍ଗାନାବାସୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ହାଇଦ୍ରାବାଦରେ ହେବ ଗଣେଷ ପୂଜା । ଏନେଇ ତେଲେଙ୍ଗାନା ସରକାର ପ୍ରସ୍ତୁତ ଅଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ତେଲେଙ୍ଗାନାରେ ପାଳିତ ହେବ ଗଣେଶ ପୂଜା
ତେଲେଙ୍ଗାନାରେ ପାଳିତ ହେବ ଗଣେଶ ପୂଜା

ହାଇଦ୍ରାବାଦ: ତେଲେଙ୍ଗାନାବାସୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ହାଇଦ୍ରାବାଦରେ ହେବ ଗଣେଷ ପୂଜା । ଏନେଇ ତେଲେଙ୍ଗାନା ସରକାର ପ୍ରସ୍ତୁତ ଅଛନ୍ତି । ରାଜ୍ୟ ମନ୍ତ୍ରୀ ତଲସାନୀ ଶ୍ରୀନିବାସ ଯାଦବ ସ୍ପଷ୍ଟ କରିଛନ୍ତି । କୋଭିଡ-19 ର ସ୍ଥିତିକୁ ଅନୁଧ୍ୟନ କରି ଗଣେଷ ପୂଜା ଅନୁଷ୍ଠିତ ହେବା ନେଇ ଆଲୋଚନା କରାଯାଇଛି ।

ଶନିବାର ଏନେଇ ରାଜ୍ୟସ୍ତରୀୟ ବୈଠକ ହୋଇଥିଲା । ମାନବ ସମ୍ବଳ ବିକାଶ କେନ୍ଦ୍ର (MCHRD) ରେ ଅନୁଷ୍ଠିତ ଏକ ବୈଠକରେ ମ୍ୟାରି ଚେନ୍ନାର୍ଡି ଉପସ୍ଥିତ ଥିଲେ । ଏହି ବୈଠକରେ ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ COVID-19 ସଙ୍କଟ ମଧ୍ୟରେ କିପରି ଉତ୍ସବ ଆୟୋଜନ କରାଯିବ ସେନେଇ ଗଣେଶ ମହୋତ୍ସବର ଅନେକ କମିଟି ସଦସ୍ୟ ବୈଠକରେ ନିଜର ମତ ରଖିଥିଲେ।

ସେ କହିଛନ୍ତି, "ହାଇଦ୍ରାବାଦରେ ପ୍ରତିବର୍ଷ ଗଣେଶ ମହୋତ୍ସବକୁ ଏକ ବଡ଼ ଢଙ୍ଗରେ ପାଳନ କରାଯାଏ ଏବଂ ସରକାର ବିନା କୌଣସି ଅସୁବିଧାରେ ସମସ୍ତ ବ୍ୟବସ୍ଥା କରୁଛନ୍ତି । ସରକାର ସମସ୍ତ ରୀତିନୀତି ଓ ପରମ୍ପରାକୁ ସମ୍ମାନ ଦେଉଥିବାରୁ ଏହି ସଭା ଅନୁଷ୍ଠିତ ହୋଇଥିଲା।" ଲୋକଙ୍କ କଲ୍ୟାଣ ହେଉଛି ସରକାରଙ୍କ ଦାୟିତ୍ବ ଏବଂ ଆଗକୁ ଏଦିଗରେ ଆହୁରୀ ବୈଠକ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.