ETV Bharat / bharat

ତେଲାଙ୍ଗାନାରେ କୋଭିଡ ଆକ୍ରାନ୍ତଙ୍କୁ ଆଉ ଶୋଷି ପାରିବେନି ଘରୋଇ ହସ୍ପିଟାଲ

author img

By

Published : Aug 4, 2020, 2:38 PM IST

କୋରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ଅଧିକ ଚାର୍ଜ କରାଯାଉଥିବାରୁ ଘରୋଇ ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ତେଲେଙ୍ଗାନା ସରକାର । ରୋଗୀ ଏବଂ ସେମାନଙ୍କ ପରିବାର ପକ୍ଷରୁ ଅନେକ ଅଭିଯୋଗ ପରେ ରାଜ୍ୟ ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପ୍ରଥମ ଥର ପାଇଁ ଏକ ଘରୋଇ ଡାକ୍ତରଖାନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଧିକ ପଢନ୍ତୁ...

କୋଭିଡ ଆକ୍ରାନ୍ତଙ୍କୁ ଆଉ ଶୋଷି ପାରିବେ ନି ଘରୋଇ ହସ୍ପିଟାଲ

ହାଇଦ୍ରାବାଦ: ଦେଶରେ ଏବେ ଦୃତ ଗତିରେ ମାଡ଼ି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ କୋରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ଅଧିକ ଚାର୍ଜ କରାଯାଉଥିବାରୁ ଘରୋଇ ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ତେଲେଙ୍ଗାନା ସରକାର । ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଶ୍ରୀନିବାସ ରାଓ ହାଇଦ୍ରାବାଦର ସୋମାଜିଗୁଡାସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ COVID-19 ରୋଗୀଙ୍କ ଚିକିତ୍ସା ଉପରେ ବାରଣ କରିଛନ୍ତି। ତେବେ ରୋଗୀଙ୍କ ପଳାୟନ ସମ୍ପର୍କରେ ଏକାଧିକ ଅଭିଯୋଗର ଅନୁସନ୍ଧାନ ପରେ ଗତକାଲି ସନ୍ଧ୍ୟାରେ ଏହି ନିଷ୍ପତ୍ତି ନିଆଯାଇଛି।

କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ବେସରକାରୀ ଡାକ୍ତରଖାନାକୁ ତେଲେଙ୍ଗାନା ସରକାର କିଛି ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ନିର୍ଦ୍ଧାରିତ ସୂଚନାନୁଯାୟୀ, ଭେଣ୍ଟିଲେଟର ସହିତ ଆଇସିୟୁ ରୁମକୁ ପ୍ରତିଦିନ 9,000 ରୁ ଅଧିକ ଟଙ୍କା ଆଦାୟ କରାଯାଇ ପାରିବ ନାହିଁ । ତେବେ ଅତ୍ୟଧିକ ଚାର୍ଜ ନେଉଥିବା ନେଇ ରୋଗୀ ଏବଂ ସେମାନଙ୍କ ପରିବାର ପକ୍ଷରୁ ଅନେକ ଅଭିଯୋଗ ଆସିଥିଲା । ଅଭିଯୋଗ ଗ୍ରହଣ କରିବା ପରେ ରାଜ୍ୟ ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପ୍ରଥମ ଥର ପାଇଁ ଏକ ଘରୋଇ ଡାକ୍ତରଖାନା ବିରୋଧରେ COVID ରୋଗୀଙ୍କ ଚିକିତ୍ସା ପାଇଁ ବାରଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

COVID-19 ପରେ ମଦ ଦୋକାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ରାତି 11 ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ବାକି ରାଜ୍ୟ ପାଇଁ ରାତି 10ଟା ଯାଏଁ ନିୟମ ରହିଛି । ତେଲେଙ୍ଗାନା ରିପୋର୍ଟ ଅନୁଯାୟୀ, 983ଜଣ ନୂତନ କୋରୋନା ଚିହ୍ନଟ ପରେ ମୋଟ ମାମଲା 67,660 କୁ ବୃଦ୍ଧି ପାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ 551 ମୃତ୍ୟୁ ରିପୋର୍ଟ ହୋଇଥିବା ବେଳେ 71.8 ପ୍ରତିଶତ ସୁସ୍ଥ ହୋଇଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.