ETV Bharat / bharat

ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ବ୍ୟାନ କଲେ ତେଲେଙ୍ଗାନା ସରକାର

author img

By

Published : Apr 9, 2020, 1:02 PM IST

ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବ୍ୟାନ କରିଛନ୍ତି ତେଲେଙ୍ଗାନା ସରକାର । କୋଭିଡ-19 ସଂକ୍ରମଣ ସମୟର ଏଭଳି କାର୍ଯ୍ୟ ଭାଇରସ ବିସ୍ତାରରେ ସାହାଯ୍ୟ କରିବ, ଯାହା ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦଜନକ ।

Telangana govt
ତେଲେଙ୍ଗାନା ସରକାର

ହାଇଦ୍ରାବାଦ: ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବ୍ୟାନ କରିଛନ୍ତି ତେଲେଙ୍ଗାନା ସରକାର । କୋଭିଡ-19 ସଂକ୍ରମଣ ସମୟର ଏଭଳି କାର୍ଯ୍ୟ ଭାଇରସ ବିସ୍ତାରରେ ସାହାଯ୍ୟ କରିବ, ଯାହା ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦଜନକ ।

ଜନସ୍ବାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ସର୍ବସାଧାରଣ ସ୍ଥାନ ତଥା ଅନୁଷ୍ଠାନଗୁଡିକରେ ପାନ ବା ଯେ କୌଣସି ତମାଖୁ କିମ୍ବା ଅଣ-ତମାଖୁ ଦ୍ରବ୍ୟ ଇତ୍ୟାଦିର ଛେପ ପକାଇବା ବ୍ୟାନ କରାଯାଇଥିବା ଏକ ସରକାରୀ ବିବୃତିରେ ପ୍ରକାଶ କରାଯାଇଛି ।

କୋଭିଡ-19 ମହାମାରୀ ଉଭୟ ବ୍ୟକ୍ତିଗତ ତଥା ସାର୍ବଜନୀନ କ୍ଷେତ୍ରରେ ସ୍ବଚ୍ଛତା ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ସାମ୍ନାକୁ ଆଣିଛି । ଅସ୍ବସ୍ଥ୍ୟକର ଅଭ୍ୟାସ ଉପରେ ପ୍ରତିବନ୍ଧକ ଲଗାଇବା ଅତ୍ୟନ୍ତ ଆବଶ୍ୟକ କାରଣ କୋରୋନା ଭଳି ଭୂତାଣୁ, ଜୀବାଣୁ ସଂକ୍ରମଣର କାରଣ ହୋଇପାରେ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.