ETV Bharat / bharat

କୋରୋନା ପାଇଁ ନିରାଡମ୍ବରରେ ପାଳନ ହେଉଛି ତେଲେଙ୍ଗାନା ପ୍ରତିଷ୍ଠା ଦିବସ

ଆଜି (ଜୁନ୍ 2) ତେଲେଙ୍ଗାନା ପ୍ରତିଷ୍ଠା ଦିବସ। କୋରୋନା କାଳରେ ଅତ୍ୟନ୍ତ ନିରାଡମ୍ବର ଭାବେ ଦିନଟି ପାଳୁଛନ୍ତି ରାଜ୍ୟବାସୀ। 2014ରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ ଅଧୀନରେ ତେଲେଙ୍ଗାନାକୁ ରାଜ୍ୟର ମାନ୍ୟତା ମିଳିଥିଲା।

author img

By

Published : Jun 2, 2020, 9:14 AM IST

କୋରୋନା ପାଇଁ ନିରାଡମ୍ବରର ପାଳନ ହେଉଛି ତେଲେଙ୍ଗାନା ପ୍ରତିଷ୍ଠା ଦିବସ

ହାଇଦ୍ରାବାଦ୍: ଆଜି (ଜୁନ୍ 2) ତେଲେଙ୍ଗାନା ପ୍ରତିଷ୍ଠା ଦିବସ। କୋରୋନା କାଳରେ ଅତ୍ୟନ୍ତ ନିରାଡମ୍ବର ଭାବେ ଦିନଟି ପାଳୁଛନ୍ତି ରାଜ୍ୟବାସୀ। 2014ରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ ଅଧୀନରେ ତେଲେଙ୍ଗାନାକୁ ରାଜ୍ୟର ମାନ୍ୟତା ମିଳିଥିଲା।ଗତ 2014 ଫେବୃଆରୀ 8 ରେ କଂଗ୍ରେସ ଏବଂ ବିଜେପିର ସହଯୋଗରେ ତେଲେଙ୍ଗାନା ବିଲ୍ ଲୋକସଭା ଦ୍ୱାରା ପାରିତ ହୋଇଥିଲା। ବିଜେପି ତଥା ଅନ୍ୟ ବିରୋଧୀ ଦଳର ସମର୍ଥନ ନେଇ ତେଲେଙ୍ଗାନା ବିଲ୍ ରାଜ୍ୟସଭାରେ ପାରିତ ହୋଇଛି।

ଏହା ପରେ ଏହି ବିଲ୍ ରାଷ୍ଟ୍ରପତିଙ୍କ ସହମତି ଗ୍ରହଣ କରିଥିଲା ଏବଂ ମାର୍ଚ୍ଚ 1, 2014 ରେ ଗେଜେଟରେ ପ୍ରକାଶିତ ହୋଇଥିଲା। ଏହାପରେ ମାର୍ଚ୍ଚ 4, 2014 ରେ ଭାରତ ସରକାର ଜୁନ୍ 2, 2014 କୁ ତେଲେଙ୍ଗାନା ଗଠନ ଦିବସ ଭାବରେ ଘୋଷଣା କରିଥିଲେ। ଆନ୍ଧ୍ରପ୍ରଦେଶରୁ ନୂଆ ତେଲେଙ୍ଗାନା ରାଜ୍ୟର ମାନ୍ୟତା ମିଳିବା ପାଇଁ କରାଯାଇଥିବା ସଂଘର୍ଷ ଓ ସ୍ମୃତିକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି।

ଜୁନ୍ ୨ ରେ, ଜାତୀୟ ପତାକା ଉତ୍ତୋଳନ କରି ତେଲେଙ୍ଗାନା ଗଠନ ଦିବସ ସାରା ରାଜ୍ୟରେ ପାଳନ କରାଯାଏ କିନ୍ତୁ ଚଳିତ ବର୍ଷ କୋରୋନାଭାଇରସ୍ ଯୋଗୁଁ ନିରାଡମ୍ବର ଭାବେ ପାଳନ କରାଯିବ। 2019 ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ତେଲେଙ୍ଗାନା ଫାଉଣ୍ଡେସନ ଦିବସ ପାଳନ କରି ସର୍ବସାଧାରଣ ଉଦ୍ୟାନ ସମ୍ମୁଖ ରାସ୍ତାରେ ତେଲେଙ୍ଗାନା ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ସେହି ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ତେଲେଙ୍ଗାନା ଗଠନ ଦିବସରେ ରାଜ୍ୟ ମଧ୍ୟ ନାଗରିକମାନଙ୍କୁ ବିଜ୍ଞାନ, କଳା, ସାହିତ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରିଥାଏ। କିନ୍ତୁ ଚଳିତ ବର୍ଷ କୋରୋନାଭାଇରସ୍ ବିସ୍ତାର ପାଇଁ ସବୁକିଛି ବନ୍ଦ ରହିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.