ହାଇଦ୍ରାବାଦ: ତେଲେଙ୍ଗାନାର ସିଦ୍ଦିପେଟରେ ରାଜ୍ୟ ସରାକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ କ୍ୟାମ୍ପ ଅନୁଷ୍ଠିତ ହୋଇଛି । ଏଥିରେ ଲକଡାଉନ ସମୟରେ ନିଜ ରାଜ୍ୟକୁ ଫେରି ପାରିନଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଅର୍ଥମନ୍ତ୍ରୀ ଟି ହରିସ ରାଓ 12 କେଜି ଚାଉଳ ଓ 500 ଟଙ୍କା ପ୍ରଦାନ କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, "ଆମ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ପ୍ରଦାନ କରିବା ଆମ କର୍ତ୍ତବ୍ୟ" ।
ଏହି କ୍ୟାମ୍ପରେ10 ହଜାର 360 ଜଣ ପ୍ରବାସୀ ଶ୍ରମିକ ମାନଙ୍କୁ ରିଲିଫ ପ୍ରଦାନ କରାଯାଇଛି । ଏହି ସମସ୍ତ ଶ୍ରମିକ ତେଲେଙ୍ଗାନାର ମଣ୍ଡାପଲ୍ଲୀରେ ବାସ କରୁଛନ୍ତି । ସେଥିମଧ୍ୟରୁ 320 ଜଣ ନର୍ସାପୁରରେ କାମ କରୁଥିବାବେଳେ, 680 ଜଣ ମୁର୍ତାଜପଲ୍ଲୀରେ କାମ କରୁଛନ୍ତି । ସେହିପରି 300 ଜଣ ମାରକୁକ ଗାଁରେ ଏବଂ ଆଉ 600 ଜଣ ଶ୍ରମିକ ବୋଲୋରାମ କ୍ୟାମ୍ପରେ କାର୍ଯ୍ୟରତ ଅଟନ୍ତି ।