ETV Bharat / bharat

ମେ 29 ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କଲେ ତେଲେଙ୍ଗାନା ସରକାର - ତେଲେଙ୍ଗାନା ସରକାର

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ଅବଧି ଠାରୁ 12ଦିନ ଲକଡାଉନ ଅବଧି ବଢାଇଛନ୍ତି ତେଲେଙ୍ଗାନା ସରକାର । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : May 5, 2020, 11:06 PM IST

ହାଇଦ୍ରାବାଦ: କୋରୋନା ସଂକ୍ରମଣର ବିସ୍ତାରକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ଅବଧି ଠାରୁ 12 ଦିନ ଲକଡାଉନ ଅବଧି ବଢାଇଛନ୍ତି ତେଲେଙ୍ଗାନା ସରକାର ।

ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ତେଲେଙ୍ଗାନାରେ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ତେଲେଙ୍ଗାନାରେ ଏପର୍ଯ୍ୟନ୍ତ ଅତି କମରେ 1,096 ଟି କୋରୋନା ଭାଇରସ ରିପୋର୍ଟ ରହିଛି । ସଂକ୍ରମଣରେ ସମୁଦାୟ 29 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 585 ଜଣ ଆରୋଗ୍ୟ ହୋଇଛନ୍ତି ।

ମଙ୍ଗଳବାର ସିଏମ ମନ୍ତ୍ରୀମଣ୍ଡଳ ସହ ମାରାଥନ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ରାଜଧାନୀ ହାଇଦ୍ରାବାଦ ଏବଂ ଏହାର ପଡୋଶୀ ଜିଲ୍ଲା ରଙ୍ଗାରେଡ୍ଡୀ ଏବଂ ମାଲକାଜଗିରି-ମେଡାଚାଲ ଜିଲ୍ଲାର ଅବସ୍ଥା ଅତ୍ୟନ୍ତ ସମ୍ବେଦନଶୀଳ ରହିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହାସହ ସମସ୍ତ 33 ଟି ଜିଲ୍ଲାରେ ରାତ୍ରି କର୍ଫ୍ୟୁ ଜାରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେଲେଙ୍ଗାନାର 33ଟି ଜିଲ୍ଲା ମଧ୍ୟରୁ 6ଟି ଜିଲ୍ଲା ରେଡ୍ ଜୋନ, 18 ଟି ଅରେଞ୍ଜ ଜୋନରେ ଥିବାବେଳେ 9 ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି ।

ହାଇଦ୍ରାବାଦ, ରଙ୍ଗାରେଡ୍ଡୀ ଏବଂ ମେଡାଚାଲର ତିନୋଟି ଜିଲ୍ଲାରେ କୋଭିଡ୍ -19 ମାମଲାରେ ବୃଦ୍ଧି ଘଟୁଛି । ମୋଟ କୋରୋନା ସଂକ୍ରମଣ ମଧ୍ୟରୁ ଏହି ତିନୋଟି ଜିଲ୍ଲାରୁ 66% ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.