ETV Bharat / bharat

କେଜ୍ରିୱାଲ ସରକାରଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ କେସିଆର

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ 2ରୁ 3 ଦିନ ଲଗାଣ ବର୍ଷା ହୋଇଥିଲା । ତେବେ ତେଲେଙ୍ଗାନା ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଦିଲ୍ଲୀ ଓ ତାମିଲନାଡୁ ସରକାର । ଅଧିକ ପଢନ୍ତୁ....

ଦିଲ୍ଲୀ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ କେସିଆର

author img

By

Published : Oct 20, 2020, 2:55 PM IST

ତେଲେଙ୍ଗାନା: ମୁଖ୍ୟମନ୍ତ୍ରୀ କେସିଆର ଦିଲ୍ଲୀ ସରକାର ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାରୁ ମୁଖ୍ୟମନ୍ତ୍ରୀ କେସିଆର ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିବା ସୂଚନା ମିଳିଛି ।

ତେବେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପତ୍ତି ସୃଷ୍ଟି ହୋଇଛି । ଏଥିଲାଗି ଜନଜୀବନ ପ୍ରଭାବିତ ହେବା ସହ ରାଜ୍ୟର ବହୁ କ୍ଷତି ଘଟିଛି । ରାସ୍ତାରେ 4-5ଫୁଟର ପାଣି ଚାଲୁଛି ଏବଂ ବନ୍ୟା ଯୋଗୁଁ 50 ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି । ଏଥିଲାଗି ତେଲେଙ୍ଗାନା ସରକାର ବହୁ କ୍ଷତି ସହିଲେଣି ।

ତେବେ ତେଲେଙ୍ଗାନା ସରକାରଙ୍କ ଏଭଳି ସ୍ଥିତିରେ ଦିଲ୍ଲୀ କେଜ୍ରିୱାଲ ସରକାର 15 କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ପୂର୍ବରୁ ତାମିଲନାଡୁ ସରକାର ମଧ୍ୟ ତେଲେଙ୍ଗାନା ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ତାମିଲନାଡୁ ସରକାର 10 କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇଥିବା ବେଳେ ବନ୍ୟା ପ୍ରଭାବିତଙ୍କ ପାଇଁ ରିଲିଫ ବାବଦକୁ ଖାଦ୍ୟ ସାମଗ୍ରୀ ପଠାଇଥିବାର ସୂଚନା ମିଳିଛି ।

ତେଲେଙ୍ଗାନାର ଏଭଳି ଅସୁବିଧା ସମୟରେ ଦିଲ୍ଲୀ ଓ ତାମିଲନାଡୁ ସରକାର ରାଜ୍ୟ ପ୍ରତି ଦେଖାଇଥିବା ସହାନୁଭୂତି ଓ ସାହାଯ୍ୟକୁ ମୁଖ୍ୟମନ୍ତ୍ରୀ କେସିଆର ପ୍ରଶଂସା କରିବା ସହିତ ଫୋନ ଯୋଗେ 2 ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.