ETV Bharat / bharat

ତିରୁନାଗରୀ ରାମାନୁଜମଙ୍କୁ ଦାଶରଥୀ ପୁରସ୍କାରରେ ସମ୍ମାନିତ କଲେ କେସିଆର

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶନିବାର ପ୍ରସିଦ୍ଧ କବି ତିରୁନାଗରୀ ରାମାନୁଜମଙ୍କୁ 2020 ବର୍ଷ ପାଇଁ ଦାଶରଥୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପ୍ରଗତି ଭବନରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ମାରକ, ସାଲ ସହ 1 ଲକ୍ଷ 1ହଜାର 116 ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Aug 15, 2020, 11:30 PM IST

ତିରୁନାଗରୀ ରାମାନୁଜମଙ୍କୁ ଦାଶରଥୀ ପୁରସ୍କାରରେ ସମ୍ମାନିତ କଲେ କେସିଆର
ତିରୁନାଗରୀ ରାମାନୁଜମଙ୍କୁ ଦାଶରଥୀ ପୁରସ୍କାରରେ ସମ୍ମାନିତ କଲେ କେସିଆର

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶନିବାର ପ୍ରସିଦ୍ଧ କବି ତିରୁନାଗରୀ ରାମାନୁଜମଙ୍କୁ 2020 ବର୍ଷ ପାଇଁ ଦାଶରଥୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପ୍ରଗତି ଭବନରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ମାରକ, ସାଲ ସହ 1 ଲକ୍ଷ 1ହଜାର 116 ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି, ‘ତିରୁନାଗରୀ ରାମାନୁଜମ ଜଣେ ମହାନ ସାହିତ୍ୟିକ, ଯାହାଙ୍କ ପାଇଁ ତେଲେଙ୍ଗାନା ଗର୍ବିତ । ତାଙ୍କର ଜଣାଶୁଣା ସୃଷ୍ଟି ଗୁଡିକ ମଧ୍ୟରେ ବାଲା ଭେରା ସାଥକମ୍, ଅକ୍ଷରାଧର ଏବଂ ତିରୁନାଗାରିୟମ୍ ଅନ୍ତର୍ଭୁକ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପାରମ୍ପରିକ ତଥା ସଂସ୍କୃତ ସାହିତ୍ୟ ଉପରେ ଆଭିମୁଖ୍ୟ ପାଇଁ ରାମାନୁଜମଙ୍କୁ ପ୍ରଶଂସା କରିବା ସହ ମହାକବି ଦାଶରଥୀଙ୍କ ଉତ୍ତରାଧିକାରୀ ବୋଲି ଉଲ୍ଲେଖ କରିଛନ୍ତି । ଏହା ସହିତ ପାରମ୍ପରିକ ଏବଂ ଆଧୁନିକ ସାହିତ୍ୟର ମିଶ୍ରଣ ହିଁ ରାମାନୁଜମଙ୍କୁ ଅଲଗା କରିଥାଏ ବୋଲି ସେ ପ୍ରକାଶ କରିଛନ୍ତି ।

ଏହି ଅବସରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀକୁ ଆଧୁନିକ ସମୟର ମହାବିଷ୍ଣୁ ବୋଲି ସମ୍ବୋଧନ କରିବା ସହ ରାମାନୁଜମ ତାଙ୍କ ପାଇଁ ଏକ କବିତା ପାଠ କରିଥିଲେ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.