ETV Bharat / bharat

ବିକ୍ଷୋଭ ପ୍ରଦର୍ଶନ କରି ତେଲେଙ୍ଗାନା ବିଜେପି ପ୍ରଦେଶ ଅଧ୍ଯକ୍ଷ ଅଟକ - hyderabad

ତେଲେଙ୍ଗାନା ବିଜେପି ପ୍ରଦେଶ ଅଧ୍ଯକ୍ଷ ବନ୍ଦି ସଞ୍ଜୟ କୁମାରଙ୍କ ସମେତ କେତେକ ବିଜେପି ନେତାକୁ ଅଟକ ରଖିଛି ପୋଲିସ ।

ତେଲେଙ୍ଗାନା ବିଜେପି ପ୍ରଦେଶ ଅଧ୍ଯକ୍ଷ
ତେଲେଙ୍ଗାନା ବିଜେପି ପ୍ରଦେଶ ଅଧ୍ଯକ୍ଷ
author img

By

Published : Jun 22, 2020, 7:34 PM IST

ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ପ୍ରଦେଶ ଅଧ୍ଯକ୍ଷ ବନ୍ଦି ସଞ୍ଜୟ କୁମାରଙ୍କ ସମେତ କେତେକ ବିଜେପି ନେତାକୁ ଅଟକ ରଖିଛି ପୋଲିସ । କୋରୋନା ଭାଇରସ ଉପଚାରକୁ ଆରୋଗ୍ୟ ଶ୍ରୀ ସ୍ବାସ୍ଥ୍ୟସେବା ଯୋଜନାରେ ଅନ୍ତଭୂକ୍ତ କରିବାକୁ ତେଲେଙ୍ଗାନା ବିଜେପି ପକ୍ଷରୁ ଦାବି କରାଯାଇଛି । ତେବେ ଏନେଇ ସେମାନେ ହାଇଦ୍ରାବାଦର ଜନସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକ ରଖିଥିବା ଜଣାପଡିଛି ।

ଏନେଇ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ କହିଛନ୍ତି, 'କୋରୋନା ଭାଇରସର ଉପଚାରକୁ ଆରୋଗ୍ୟ ଶ୍ରୀ ସ୍ବାସ୍ଥ୍ୟସେବା ଯୋଜନାରେ ଅନ୍ତଭୂକ୍ତ କରିବା ଉଚିତ । ନଚେତ ରାଜ୍ୟରେ ଆୟୁଷ୍ମାନଭାରତ ଯୋଜନା ଲାଗୁ କରିବା ଉଚିତ । କାରଣ କେନ୍ଦ୍ର ସରକାର ଆୟୁଷ୍ମାନଭାରତ ଯୋଜନାରେ କୋରୋନା ଉପଚାରକୁ ଅନ୍ତର୍ଭୁକ୍ତ କରିଛନ୍ତି । ଯଦି ରାଜ୍ୟ ସରକାର ଏଭଳି କରିପାରିବେ ନାହିଁ ତାହେଲେ ଯେଉଁମାନେ ସରକାରଙ୍କ ଦ୍ବାରା ଲାଗୁ ଚାର୍ଜ ବହନ କରିବାରେ ଅସମର୍ଥ ସେମାନଙ୍କୁ ମାଗଣାରେ ଉପଚାର କରାଯାଉ ।'

ଏହା ସହିତ ମାଗଣା କୋରୋନା ଭାଇରସ ଉପଚାର ଏବଂ ରାଜ୍ୟରେ ପରୀକ୍ଷଣର ସଂଖ୍ୟା ବୃଦ୍ଧି କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ବିଜେପି ପକ୍ଷରୁ କୁହାଯାଇଛି, ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ କୋରୋନା ଉପଚାର ଆରମ୍ଭ କରିବା ଉଚିତ ।

ତେବେ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଉଥିବା ପରୀକ୍ଷଣ ସଂଖ୍ୟା ଉପରେ ପ୍ରଶ୍ନ ଉଠାଇ କୁମାର କହିଛନ୍ତି, 'ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବହୀନତା ଯୋଗୁଁ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । ତେଲେଙ୍ଗାନାରେ ଏବେ ସୁଦ୍ଧା କେତେ ଜଣଙ୍କର କୋରୋନା ପରୀକ୍ଷଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି କୁମାର ।'

ଏହା ସହିତ ସେ କହିଛନ୍ତି, ତେଲେଙ୍ଗାନା ସରକାର ରାଜ୍ୟର କୋରୋନା ସ୍ଥିତିକୁ ଉପେକ୍ଷା କରୁଛନ୍ତି । ଅନ୍ୟ ରାଜ୍ୟ ଯେତେବେଳେ ଲକ୍ଷେ ଲୋକଙ୍କର ପରୀକ୍ଷଣ କରୁଛନ୍ତି, ତେଲେଙ୍ଗାନା ସରକାର କେବଳ 50 ହଜାର ଲୋକଙ୍କର କୋରୋନା ପରୀକ୍ଷଣ କରୁଛନ୍ତି । ରାଜ୍ୟରେ କୋରୋନା ଭାଇରସ ଏବେ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି । ଦୈନିକ ପ୍ରାୟ 700 ମାମଲା ସାମ୍ନାକୁ ଆସୁଛି । ତେଣୁ ରାଜ୍ୟରେ ଅଧିକ ପରୀକ୍ଷଣ ହେଉ ବୋଲି ଦାବି କରିଛି ବିଜେପି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.