ହାଇଦ୍ରାବାଦ: ତେଲେଙ୍ଗାନାରେ ଏବେ ସେଲୁନ ଓ ବସ୍ ସେବା ଚଳାଚଳକୁ ମିଳିଛି ସବୁଜ ସଙ୍କେତ। ରାଜ୍ୟ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଲକଡାଉନ ୪କୁ ପାଳନ କରିବା ସହ କିଛି ଜରୁରୀ ସେବାଗୁଡିକୁ କୋହଳ କରିଛନ୍ତି । ତେଲେଙ୍ଗାନାରେ ସେଲୁନ ଆଗ ପରି ଖୋଲିବ ବୋଲି ସୂଚନା ଦିଆଯାଇଛି ।
ହେଲେ ସାମାଜିକ ଦୂରତା ଓ ସମ୍ପୂର୍ଣ୍ଣ ସାନିଟାଇଜେସନକୁ ଧ୍ୟାନରେ ରଖିବାକୁ ପଡିବ । ଏହିପରି ବସ୍ ଓ କ୍ୟାବ୍ ଚଳାଚଳ ମଧ୍ୟ ଆଗ ଭଳି ଆରମ୍ଭ ହେଉଛି । ହେଲେ ଏଠି ବି ସରକାରୀ ଗାଇଡଲାଇନକୁ କଡାକଡି ମାନିବାକୁ ହେବ । ୫୦% ରୁ ଅଧିକ ଯାତ୍ରୀ ବସରେ ଯାଇପାରିବେ ନାହିଁ । ଏହିପରି କ୍ୟାବରେ ୩ ଜଣରୁ ଅଧିକ ଯାତ୍ରୀ ବସିପାରିବେ ନାହିଁ । ତେବେ ଦୀର୍ଘ ଦିନର ଲକଡାଉନ ପରେ ଏବେ ସ୍ଥିତି ସ୍ବଭାବିକ କରିବାକୁ ପ୍ରତି ରାଜ୍ୟ ନୂଆ ଗାଇଡଲାଇନ ପ୍ରସ୍ତୁତ କରୁଛନ୍ତି ।