ETV Bharat / bharat

ତେଲେଙ୍ଗାନାରେ ଶାସକ ଦଳର 3 ବିଧାୟକ କୋରୋନା ପଜିଟିଭ

author img

By

Published : Jun 16, 2020, 7:27 AM IST

ତେଲେଙ୍ଗାନାରେ କୋରୋନା ସଂକ୍ରମିତ ମାମଲା ବଢିବାରେ ଲାଗିଛି । ରାଜ୍ୟରେ ସାଢେ 4 ହଜାର ପାଖାପାଖି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ।

ତେଲେଙ୍ଗାନାରେ ଶାସକ ଦଳର 3 ବିଧାୟକ କୋରୋନା ପଜିଟିଭ
ତେଲେଙ୍ଗାନାରେ ଶାସକ ଦଳର 3 ବିଧାୟକ କୋରୋନା ପଜିଟିଭ

ହାଇଦ୍ରାବାଦ: ତେଲେଙ୍ଗାନା ଶାସକ ଦଳର 3 ବିଧାୟକ କୋରୋନା ପଜିଟିଭ । ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି(ଟିଆରଏସ)ର ତିନି ଜଣ ବିଧାୟକ କୋଭିଡ ସଂକ୍ରମିତ ଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ନିଜାମବାଦ ନିର୍ବାଚନୀ ମଣ୍ଡଳର ବିଧାୟକ ବିଗାଲା ଗଣେଶ ଗୁପ୍ତାଙ୍କ କୋରୋନା ରିପୋର୍ଟ ରହିଛି । 3 ଦିନ ପୂର୍ବରୁ ଜନଗାଓଁ ଏମଏଲଏ ମୁଥିରେଡ୍ଡୀ ଯାଦଗରୀ ରେଡ୍ଡୀ କୋରୋନା ସଂକ୍ରମିତ ହେବା ନେଇ ଜଣାପଡିଥିଲା । ତାଙ୍କୁ ତୁରନ୍ତ ହାଇଦ୍ରାବାଦରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ସେ ହୋମ କ୍ବାରାଣ୍ଟାଇନରେ ରହିଛନ୍ତି ।

ରବିବାର ନିଜାମବାଦ ଗ୍ରାମାଞ୍ଚଳ ନିର୍ବାଚନମଣ୍ଡଳୀର ବଜି ରେଡ୍ଡୀ ଗୋବର୍ଦ୍ଧନ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଦେଶରେ ଦିନକୁ ଦିନକୁ କୋରୋନା ସଂକ୍ରମିତ ମାମଲା ସାଢେ 3 ଲକ୍ଷ ଆଡକୁ ଅଗ୍ରଗତି କରୁଛନ୍ତି । ଗତକାଲି ଦିନରେ 325 ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା 9520କୁ ବୃଦ୍ଧି ହୋଇଛି। ମୋଟ 3,32,424 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଲେଙ୍ଗାନାରେ ମୋଟ କୋରୋନା ସଂକ୍ରମିତ ମାମଲା 4ହଜାର 974 ରହିଛି । ବର୍ତ୍ତମାନ ସୁଦ୍ଧା 2377 ଜଣ ସୁସ୍ଥ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା 185ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.