ETV Bharat / bharat

କୃଷିବିଲ୍କୁ‌ ତେଜସ୍ବୀଙ୍କ ବିରୋଧ, କହିଲେ ଦେଶରେ ବଢିବ କଳାବଜାରୀ - modi government on farmers bill

କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା କୃଷି ବିଲ୍ ପ୍ରସଙ୍ଗରେ ସମଗ୍ର ଦେଶରେ ବିରୋଧ ଜାରି ରଖିଛି। ବିହାର ନିର୍ବାଚନରେ ​​ଏହାର ପ୍ରଭାବ ଦେଖିବାକୁ ମିଳିଛି ।

tejashwi yadav
କୃଷିବିଲକୁ ବିରୋଧ କଲେ ତେଜସ୍ବୀ
author img

By

Published : Sep 23, 2020, 2:38 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା କୃଷି ବିଲ୍ ପ୍ରସଙ୍ଗରେ ସମଗ୍ର ଦେଶରେ ବିରୋଧ ଜାରି ରଖିଛି। ବିହାର ନିର୍ବାଚନରେ ​​ଏହାର ପ୍ରଭାବ ଦେଖିବାକୁ ମିଳିଛି । ବୁଧବାର ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛନ୍ତି। ତେଜସ୍ବୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଏମଏସପି ପ୍ରସଙ୍ଗ କାହିଁକି ବିଲ୍ ରେ ଅନ୍ତର୍ଭୂକ୍ତ କରାଯାଉନାହିଁ ?

ତେଜସ୍ବୀ ଯାଦବ କହିଛନ୍ତି ଯେ ଏଭଳି ବିଲ୍ ଆଣି ମୋଦି ସରକାର କୃଷି ଘରୋଇକରଣ ଦିଗରେ ଆଗେଇ ଆସୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସରକାର ଅନ୍ନଦାତାଙ୍କୁ ଫଣ୍ଡଦାତାଙ୍କୁ ହସ୍ତାନ୍ତର କରୁଛନ୍ତି। ଏହି ନିୟମ ବିରୋଧରେ ପଞ୍ଜାବ ଏବଂ ହରିୟାଣାରେ ଆନ୍ଦୋଳନ ଚାଲିଛି । ଏହାର ପ୍ରଭାବ ବିହାରରେ ମଧ୍ୟ ଦେଖିବାକୁ ମିଳିବ।

ତେଜସ୍ବୀ କହିଛନ୍ତି ଯେ ସରକାର ଲୋକଙ୍କୁ ସ୍ବପ୍ନ ଦେଖାଇଥିଲେ ଯେ 2022 ସୁଦ୍ଧା ଚାଷୀଙ୍କ ଆୟ ଦ୍ବିଗୁଣିତ ହେବ କିନ୍ତୁ ଏହି ବିଲ୍ ଦ୍ବାରା ଚାଷୀଙ୍କ ଆୟ ଆହୁରି ହ୍ରାସ ପାଇବ। ଆରଜେଡି ନେତା ଅଭିଯୋଗ କରିଛନ୍ତି ଯେ ଏଭଳି ବିଲ୍ ଦେଶରେ କଳାବଜାରୀ ବୃଦ୍ଧି କରିବ ଏବଂ କ୍ଷୁଦ୍ର ଚାଷୀମାନେ ସବୁଠାରୁ କଷ୍ଟସାଧ୍ୟ ହେବେ। ନୀତିଶ ସରକାର ମଧ୍ୟ 2006 ରେ ଏପିଏମସି ବାତିଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.