ETV Bharat / bharat

JDUର 6 ବିଧାୟକ ବିଜେପିରେ ସାମିଲ, ବର୍ଷିଲେ ତେଜ ପ୍ରତାପ - jdu mla joined bjp in arunachal pradesh

ଆରଜେଡି ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଜେଡିୟୁର 6 ଜଣ ବିଧାୟକ ବିଜେପିରେ ମିଶିବା ପ୍ରସଙ୍ଗରେ ପ୍ରତିକ୍ରୀୟା ଦେଇ କହିଛନ୍ତି , ଜେଡିୟୁ ଖୁବ ଶୀଘ୍ର ବିହାରରୁ ମଧ୍ୟ ହଜି ଯିବ । ପାର୍ଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାଙ୍ଗି ଗଲାଣି । ଏଥର ତାଙ୍କ ଦଳ ବିଧାନସଭା ନିର୍ବାଚନରେ ଅଧା ସିଟରେ ସିମିତ ହୋଇ ରହିଗଲା ।

tej pratap yadav attacks nitish kumar after 6 jdu mla joined bjp in arunachal pradesh
ଜେଡିୟୁର 6 ବିଧାୟକ ବିଜେପିରେ ସାମିଲ, ବିହାରରୁ ବି ଖୁବ ଶୀଘ୍ର ପୋଛି ଯିବ ବୋଲି ତେଜ ପ୍ରତାପ କହିଛନ୍ତି
author img

By

Published : Dec 26, 2020, 10:48 PM IST

ପଟନା: ଅରୁଣାଞ୍ଚଳ ପ୍ରଦେଶରେ ଜେଡିୟୁକୁ ଝଟକା । ଜେଡିୟୁର 6 ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଏହାକୁ ନେଇ ବର୍ତ୍ତମାନ ବିହାର ରାଜନୈତିକ ପାରଦ ଉଷ୍ମ ହେଲାଣି । ଆରଜେଡି ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଏହି ପ୍ରସଙ୍ଗରେ ପ୍ରତିକ୍ରୀୟା ଦେଇ କହିଛନ୍ତି ଯେ, ଜେଡିୟୁ ଖୁବ ଶୀଘ୍ର ବିହାରରୁ ମଧ୍ୟ ହଜି ଯିବ । ପାର୍ଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାଙ୍ଗି ଗଲାଣି । ଏଥର ତାଙ୍କ ଦଳ ବିଧାନସଭା ନିର୍ବାଚନରେ ଅଧା ସିଟରେ ସିମିତ ହୋଇ ରହିଗଲା ।

ତେଜ ପ୍ରତାପ କହିଛନ୍ତି, ‘ଆରମ୍ଭରୁ ସେମାନେ ସଫା ହେଉଛନ୍ତି । ଅରୁଣାଞ୍ଚଳ ପ୍ରଦେଶରୁ ଏହାର ଆରମ୍ଭ ହୋଇଛି। ଖୁବ ଶୀଘ୍ର ବିହାରରୁ ମଧ୍ୟ ମୂଳପୋଛ ହୋଇଯିବ। ଜେଡିୟୁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ନିତିଶ କୁମାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଭୁଲ ଥିଲା। ସେ ନିଜ ପେଟରେ ଛୁରୀ ମାରିଥିଲେ ।’

ଅନ୍ୟପଟେ ଅରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିଓ୍ବାରୀ ଜିଜେପିକୁ କଟାକ୍ଷ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ଯେତେବେଳେ ଅରୁଣାଞ୍ଚଳ ପ୍ରଦେଶରେ ବିଜେପି ପଖରେ ପର୍ଯ୍ୟାପ୍ତ ସଂଖ୍ୟାଗରିଷ୍ଠତା ରହିଛି ତେବେ ଜନତା ଦଳ ୟୁନାଇଟେଡକୁ କାହିଁକି ଭାଙ୍ଗିଲା ବିଜେପି ?

ଯଦିଓ ବିହାରରେ ନିତିଶ କୁମାରଙ୍କ ନେତୃତ୍ତ୍ବରେ ଏନଡିଏ ସରକାର କୁ ଦେଢ ମାସ ହୋଇ ଗଲାଣି । ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) ବାରମ୍ବାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରେ ଆକ୍ରମଣ କରୁଛି । ଆରଜେଡି ନେତା ତେଜସ୍ବି ଯାଦବ ନିଜ ଦଳର କାର୍ଯ୍ୟକର୍ତ୍ତାଙ୍କ ସହିତ ସୋମବାର ମଧ୍ୟବର୍ତ୍ତୀକାଳିନ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହେବାକୁ ଆହ୍ବାନ ଦେଇ କହିଥିଲେ, ଭଙ୍ଗା-ଗଢା ମଧ୍ୟରେ ତିଆରି ହୋଇଥିବା ନିତିଶ ସରକାର ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରି ପାରିବନି ଏବଂ 2021 ମସିହାରେ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ହୋଇପାରେ, ଯାହା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ ।

ଏଥର ବିହାର ବିଧାନସଭା ନିର୍ବାଚନର ଫଳାଫଳକୁ ଦେଖିଲେ, ଏନଡିଏ ସଂଖ୍ୟାଗରିଷ୍ଠତା ଠାରୁ ମାତ୍ର ଦୁଇଟି ଆସନ ଅଧିକ ପାଇଛି। ଏଥର ବିହାରର ଏନଡିଏ ଗଠବନ୍ଧନରେ ଚାରିଟି ଦଳ ଅଛନ୍ତି, ସେମାନଙ୍କ ମଧ୍ୟରେ ବିଜେପି ଏବଂ ଜେଡିୟୁ ବ୍ୟତିତ ମୁକେଶ ସାହନିଙ୍କ ଭିଆଇପି ଏବଂ ଜିତନ ରାମ ମାଂଝୀ ହାମ (HAM) ସାମିଲ । କେବଳ ଏତିକି ନୁହେଁ, ଜେଡିୟୁ ପ୍ରଥମ ଥର ପାଇଁ ବିଜେପି ତୁଳନାରେ କମ୍ ଆସନ ଜିତିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.