ନୂଆଦିଲ୍ଲୀ: ଜାମିୟାରେ ସିଏଏ ଓ ଏନଆରସିକୁ ବିରୋଧ କରି ଗତ 40 ଦିନ ହେବ ପ୍ରଦର୍ଶନ ଜାରି ରହିଛି । ଏହି ପ୍ରଦର୍ଶନରେ ସମୟ ସମୟରେ ବିଭିନ୍ନ ନେତା ସାମିଲ ହେଉଥିବା ଦେଖିବାକୁ ମିଳୁଛି । ଏ ପରିପ୍ରେକ୍ଷୀରେ ସାମାଜିକ କର୍ମୀ ତହସୀନ ପୁନାୱାଲା ମଧ୍ୟ ଜାମିୟା ଯିବା ସହ ସେଠାରେ ଛାତ୍ରଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।
ଏହାସହ ଏତେ ସଂଖ୍ୟାରେ ମହିଳା ମାନେ ଆନ୍ଦୋଳନ କରୁଥିବାରୁ ଏହାକୁ ସେ ସଲାମ କରିଛନ୍ତି । ଏହି ସମୟରେ ସେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଜାମିୟା, ଏମୟୁ ଓ ଜେଏନୟୁରେ ସରକାର ଛାତ୍ରଙ୍କୁ ଡରୁଥିବା ସେ କହିଛନ୍ତି । ସେଥିଲାଗି ସରକାର ଏଭଳି ପଦକ୍ଷେପ ନେଉଥିବା ସେ ଦର୍ଶାଇଛନ୍ତି ।
ଅନ୍ୟପଟେ ସରକାର ମହଙ୍ଗା, ବେରୋଜଗାର, ଶିକ୍ଷା ଆଦି ମୁଦ୍ଦାରେ ବିଫଳ ହୋଇଥିବାରୁ ଏଠାରୁ ବଞ୍ଚିବା ପାଇଁ ଏପରି ସମ୍ବିଧାନ ବିରୋଧୀ କାନୁନ ଆଣୁଥିବା ଜାମିୟା ଛାତ୍ର କହିଛନ୍ତି । ସେହିପରି ଏହି ଆନ୍ଦୋଳନରେ କଂଗ୍ରେସର କର୍ଣ୍ଣାଟକ ସାଂସଦ ରାଜୀବ ଗୌଡା ମଧ୍ୟ ସାମିଲ ହୋଇଛନ୍ତି ।